ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ବଣ୍ଟନ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଇ-ଶ୍ରମ କାର୍ଡରେ ପଞ୍ଜିକୃତ ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପଞ୍ଚାୟତ ସମିତି ଅଧିନ ପଞ୍ଚାୟତର ହିତାଧିକାରୀଙ୍କୁ ସେମାନଙ୍କ ନୂତନ ରାସନ କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ବେହେରା, ବ୍ଲକ ଉପାଧକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ସରପଞ୍ଚ ସଂଘ ସଭାପତି ସୁବାଷ ଚନ୍ଦ୍ର ବରାଡ଼, କନ୍ଧମାଳ ସାଂସଦଙ୍କ ଡିଆରଡିଏ ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯୋଗାଣ ଅଧିକାରୀ ଶୁଭଶ୍ରୀ ବନଜା ଜେନା ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ । ବ୍ଳକର ୧୧୬୧ ଜଣ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୭୭ଟି ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦୮୪ଟି ରାସନ କାର୍ଡ ରହିଥିବା ଜଣାପଡିଛି ।