କଳାହାଣ୍ଡି ବାଙ୍କୀ ରାଜପୁତ ସମାଜ ପକ୍ଷରୁ ଗୋଇନ୍ଦିମୁଣ୍ଡା ଅଞ୍ଚଳର ଯୁବ ସମ୍ମିଳନୀ ଅନୁଷ୍ଠିତ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ମଣିଷ ସାମାଜିକ ପ୍ରାଣୀ ସମାଜ ବିନା ବଞ୍ଚିବା କଷ୍ଟକର ଯେଉଁ ସମାଜର ଯୁବପୀଢ଼ି ଯେତେ କର୍ମଠ ସେହି ସମାଜ ସେତିକି ପ୍ରଗତିଶୀଳ ସେତିକି ବଳିଷ୍ଠ l ଜଣେ ଲୋକ ଚାହିଁଲେ ସମାଜର ଉନ୍ନତି ହୋଇ ପାରେନି l ଏକ ସୁଦୃଢ ଏକତା ଆବଶ୍ୟକ ହୁଏ l ଠିକ ସେହିଭଳି କଳାହାଣ୍ଡି ବାଙ୍କୀ ରାଜପୁତ ଯୁବକମାନଙ୍କ ଉଦ୍ୟମରେ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଇନ୍ଦିମୁଣ୍ଡାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହି ସର୍ବ ପ୍ରଥମେ ମାଁ ଲଙ୍କେଶ୍ୱରୀଙ୍କୁ ସ୍ମରଣ କରି ଆଗାମୀ ଦିନରେ ନିଆଯାଉଥିବା ପଦକ୍ଷେପ ଗୁଡିକୁ ଆଲୋଚନା କରି ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଗଲା l ବାଙ୍କୀ ଜାତିକୁ ଜାତୀୟ ସ୍ତରରେ ଓବିସି ରେ ସାମିଲ କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ, ସାମାଜିକ ବିକାଶ ଉପରେ ଚର୍ଚ୍ଚା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ସତ୍ୟମ ନାଏକ, ପ୍ରିୟରଞ୍ଜନ ମାଝୀ, ଜ୍ଞାନୀ ଗୁରୁ, କାନ୍ହୁ ଦଣ୍ଡସେନା ଭରତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଞ୍ଚଳ ସଭାପତି, ହୃଦାନନ୍ଦ ମାଝୀ, ବରିଷ୍ଠ ସମାଜ ପ୍ରେମୀ ସେନାପତି ମଲ୍ଲିକ, ଘାସିରାମ ମଲ୍ଲିକ, ଉପେନ୍ଦ୍ର ମଲ୍ଲିକ ବିକ୍ରମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l