ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ୩ମୃତ ଘଟଣା, ଆର୍ଥିକ ସହାୟତା ପ୍ରଦାନ କଲେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଓ ୬ଜଣ ଗୁରୁତର ଘଟଣାର ଦୀର୍ଘ ୧୮ଦିନ ପରେ ସୋମବାର ଦିନ ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କଟକ ଏସସିବିରେ ଏକ ସ୍ବତନ୍ତ୍ର ଡ଼ାକ୍ତରୀ ଦଳ ଚିକିତ୍ସା କରୁଥିବା ବେଳେ ସମସ୍ତ ଚେଷ୍ଟା ପରେ ବି ଜିତା ମାଝୀଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ମଙ୍ଗଳ ବାର ଦିନ ଘୁଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଦଳୀୟ କର୍ମୀଙ୍କ ସହ ମାଣ୍ଡିପଙ୍କାରେ ପହଞ୍ଚି ମୃତ ପରିବାରକୁ ସାନ୍ତ୍ଵନା ଦେବା ସହ କିଛି ଆର୍ଥିକ ସହାୟତା ଘୋଷଣା କରିଥିଲେ l ଗୁରୁବାର ଦିନ ବିଧାୟକଙ୍କ ପ୍ରତିନିଧି ଦଳ ପିଟର ଦିଗାଲ, ପ୍ରଭଞ୍ଜନ ନାୟକ ଓ ବିନୋଦ ନାୟକ ମୃତକ ପରିବାର ରେ ପହଞ୍ଚି ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ବିଧାୟକଙ୍କ ଗସ୍ତ ସମୟରେ ଜିତା ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ୪ ଝିଅ ଓ ଗୋଟିଏ ପୁଅ ଅସହାୟ ହୋଇ ପଡ଼ିଥିବା ଦେଖି ସେମାନଙ୍କ ମଧ୍ୟରୁ ଥଇଥାନ କରିବା ପାଇଁ ସରକାରୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଦୁଇ ଜଣ ଚିକିତ୍ସାଧୀନ ଅଵସ୍ଥାରେ ଅଛନ୍ତି ସେମାନଙ୍କୁ ସରକାର ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି l ଏହା ସହ ପ୍ରତ୍ୟେକ ମୃତ ପରିବାରକୁ ସରକାର ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ଅନ୍ତତଃ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବୀ କରିଛନ୍ତି ।