ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଆଜି ହବାକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା ଏହି ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ବି ଆର୍ ସି ଓ ବିଭିନ୍ନ ଶିକ୍ଷା ବିଭାଗର ପଦାଧିକାରୀ ଯୋଗ ଦେଇଥିଲେ । ଆସନ୍ତା 29 ଓ 30 ତାରିଖ ଦୁଇ ଦିନ ଧରି ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ କୁନି ବୈଜ୍ଞାନିକମାନେ ଯୋଗ ଦେଇ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିବା ସହ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।