ମହତାବ ଭବନ ଠାରେ ଉପଖଣ୍ଡସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ…

ରାଇରଂଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହର ମହତାବ ଭବନ ଠାରେ ମୟୂରଭଂଜ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ତରଫରୁ ଉପଖଣ୍ଡସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସୁଦୂର ବାରିପଦା ଓ ରାଇରଙ୍ଗପୁର ଡାକ୍ତରୀ ଦଳ ମୋହନ ମୁର୍ମୁ, ସାଗର ଚନ୍ଦ୍ର ନାୟକ, ବି ଏନ ଦାସ, ସବିତା ମହାନ୍ତ, ମାନସ ରଂଜନ ନାଏକ, ଅମିତ କୁମାର ସେନାପତି, ଚୁନୁରାମ ସୋରେନ, ଚନ୍ଦ୍ରଶେଖର ନାୟକ ପ୍ରମୁଖ ଉପସ୍ଥିତ ରହି ଅସ୍ତିଶଲ୍ଯ, ମେଡିସିନ, ମାନସିକ ରୋଗ, କୁଷ୍ଠ, ପାଇଲେରିଆ, ଆଖି ତଥା ବିଭିନ୍ନ ରୋଗର ବିଶେଷଜ୍ଞ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରି ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏଥିରେ ବାମନଘାଟୀ ଓ କରଂଜିଆ ଉପଖଣ୍ଡର ବିଭିନ୍ନ ବ୍ଲକରୁ ବହୁ ସଂଖ୍ଯାରେ ରୋଗୀ ଯୋଗ ଦେଇଥିଲେ l ସୂଚନାଯୋଗ୍ଯ, ବାରିପଦାରେ ଏହି କାର୍ଯ୍ଯକ୍ରମ ଆୟୋଜିତ ହେଉଥିଲା କିନ୍ତୁ ଏବେ ପ୍ରତିମାସର ତୁତୀୟ ଶୁକ୍ରବାର ଏହି ରାଇରଂଗପୁରରେ ହେବାକୁ ଯାଉଥିବାରୁ ରାଇରଙ୍ଗପୁର ଓ କରଂଜିଆ ବାସୀ ଉପୋକୁତ ହୋଇପାରିବେ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି l ଉକ୍ତ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ବ୍ଲକର ବିଏସଏସଓ ସୋମବାରି ମୁର୍ମୁ, ଡିଏସଏସଓ ମୟୂରଭଂଜ, ବ୍ଲକ କର୍ମଚାରୀଗଣ ତଥା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ସହାୟତା ଦକ୍ଷ ଦଳ ଉପସ୍ଥିତ ରହି କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ l