ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ….

ବାଲିଗୁଡା (ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ ଜିଲ୍ଲାପାଳଙ୍କ କନଫରେନ୍ସ ହୋଲ  ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସମ୍ପର୍କିତ ୬୪ ଟି ଅଭିଯୋଗ ଶୁଣି ସମାଧାନ ପାଇଁ ବିଭାଗୀୟ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ୪୧ ଟି ବ୍ୟକ୍ତିଗତ ଓ ୨୩ ଗୋଷ୍ଠୀଗତ ସମସ୍ୟା ସମ୍ବଳିତ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଶୁଣାଣିରେ ଗୋଷ୍ଠୀଗତ ଭାବେ ରାସ୍ତା ସମସ୍ୟା, ଅଙ୍ଗନବାଡି ଗୃହ ସମସ୍ୟା, ନେଟୱାର୍କ ସମସ୍ୟା, ମେଡିକାଲରେ ସ୍ଥାୟୀ ଡାକ୍ଟର ଏବଂ ନିୟମିତ ଭାବେ ଅଲଟ୍ରାସାଉଣ୍ଡ ସେବା ଏହି ଭଳି ଅଭିଯୋଗ ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ  ବାଲିଗୁଡା ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନ, ପ୍ରକଳ୍ପ ପ୍ରସାଶକ କୃପାସିନ୍ଧୁ ବେହେରା, ପି.ଡି.ଡି.ଆର.ଡି.ଏ କନ୍ଧମାଳ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଜିଲ୍ଲା ପଦାଧିକାରୀ ଯୋଗ ଦେଇଥିଲେ । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ସହାୟକ ଉପକରଣ ବିତରଣ ଯୋଜନାରୁ ଜଣେ ଭିନ୍ନକ୍ଷମଙ୍କୁ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ତିନି ଚକିଆ ଯାନ ପ୍ରଦାନ କରାଯାଇଥିଲା ।