ଭଞ୍ଜନଗର(ନିଲୁ ବିଷୋୟୀ): ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାର କୌଣସି ବିକଳ୍ପ ନାହିଁ । ସାମ୍ବିଧାନିକ ପରିଚୟ ନଥିବା ସତ୍ତ୍ୱେ ସାମ୍ବାଦିକ ସମାଜର ପଥପ୍ରଦର୍ଶକ ହୋଇ ରହିଛି । ଭାରତରେ ଆଧୁନିକ ସାମ୍ବାଦିକତାର ବିକାଶ, ବର୍ତ୍ତମାନର ସ୍ଥିତି, ସୁସ୍ଥ ସାମ୍ବାଦିକତାର ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ତଥ୍ୟଭିତ୍ତିକ ଖବର ପ୍ରକାଶ କରିବା ଓ ଲୋକଙ୍କ ସମସ୍ୟା, ପ୍ରସଙ୍ଗକୁ ସରକାରଙ୍କ ନିକଟରେ ନିରପେକ୍ଷ ଭାବେ ଯଥାବତ୍ ଉପସ୍ଥାପିତ କରିବା ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ଓ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକଙ୍କ ପୌରାହିତ୍ୟରେ ଲଣ୍ଡେଇ ସାହି ସ୍ଥିତ ଗୁରୁକୃପା ଆବାସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଅତିଥି ଭାବେ ୟୁଜେଏ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡଙ୍ଗୀ, ସ୍କୁଲ ସଭାପତି ଏସ.ସୂର୍ଯ୍ୟ ନାରାୟଣ ଦୋରା ,ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ଗୌଡ଼, ସମ୍ପାଦକ ରାଜେଶ କୁମାର ପଣ୍ଡା, ବିଶ୍ୱମ୍ଭର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କୋଷାଧ୍ୟକ୍ଷ ଅରକ୍ଷିତ ପରିଛା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ସଂଘର ନୂତନ ସଦସ୍ୟ ଭାବେ ଉଦୟ କୁମାର ପଣ୍ଡାଙ୍କୁ ସ୍ୱାଗତ କରାଯାଇଥିଲା । ଉପସଭାପତି ଭବାନୀ ପାଳ, ସହ ସମ୍ପାଦକ ମନୋଜ ଗୌଡ଼, ସଂଯୋଜକ ଧନଞ୍ଜୟ ପଟ୍ଟନାୟକ, ନଚିକେତା ପ୍ରଧାନ, ନିଲୁ ବିଷୋୟୀ, ପପୁ ପ୍ରଧାନ, ଲୋକନାଥ ମହାନ୍ତି, ସୁଜିତ ବିଷୋୟୀ, ଶିବ ଶଙ୍କର ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପ୍ରେସ କ୍ଳବ ଠାରେ ସଭାପତି ଲୋକନାଥ କରଙ୍କ ପୌରାହିତ୍ୟରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଡ଼. କୁମ୍ଭପାଣି ସାମନ୍ତ, ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, କବି ପ୍ରଶାନ୍ତ ମହାନ୍ତି, ଶିକ୍ଷକ ନେତା ସନ୍ତୋଷ ଜେନା, ନେତାଜୀ ବିଷୋୟୀ, ସମ୍ପାଦକ ବାବୁଲା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସାମ୍ବାଦିକଙ୍କ ସୁରକ୍ଷା ଓ ପୂର୍ଵକାଳର ସାମ୍ବାଦିକତା ଓ ଆଧୁନିକ ସାମ୍ବାଦିକତା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ସମସ୍ତ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରେସ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ଜେଲ ପଡିଆ ଠାରେ କବି ସମ୍ରାଟ ମିଡିଆ କ୍ଳବ ପକ୍ଷରୁ ସଭାପତି ପ୍ରଦୀପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପ୍ରେସ ଦିବସ ପାଳନ କରାଯାଇଛି । ମହାଆଡମ୍ବର ସହକାରେ ଏହାକୁ ପାଳନ କରାଯାଇଥିବା ବେଳେ ଦୁଇଦିନ ଧରି ଏହା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।