ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ ଆୟୋଜିତ ହୋଇଅଛି ।

csp

ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକ ଠାରୁ  ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା  କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ  ଯୋଗଦେଇ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଭୋଟ ଦାନ ପ୍ରକିୟା ହେଉଛି ଏକ ମହାନ ଗଣତାନ୍ତ୍ରିକ ପର୍ବ ଏବଂ ଏହି ଗଣତାନ୍ତ୍ରିକ ପର୍ବ ରେ ସମସ୍ତଙ୍କ ଯୋଗଦାନ ଆମ ଗଣତନ୍ତ୍ର କୁ ସୁଦୃଢ କରିଥାଏ l ଏଣୁ ପ୍ରତ୍ୟେକ ସଚେତନ ନାଗରିକ  ଏହି ପ୍ରକିୟାରେ ନିଜର ସକ୍ରିୟ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହି ପରି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନେ ଭୋଟ ଦାନ ପ୍ରତ୍ୟେକ ନାଗରିକ ମାନଙ୍କର ମୌଳିକ ଅଧିକାର ଏବଂ ମତ ଦାନ ପ୍ରକିୟାରେ ସାମିଲ ହୋଇ ପ୍ରତ୍ୟେକ ନାଗରିକ ନିଜର ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେହିଭଳି ଏହି ଗଣତନ୍ତ୍ରର ଏହି ମହାନ ପର୍ବ ରେ ସାମିଲ ହେବା ନିମନ୍ତେ ପ୍ରତ୍ୟେକ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

 

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ,  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ବୁଲି ଦେଖିବା ସହିତ ସମସ୍ତ ଷ୍ଟଲ୍ ବୁଲି ଦେଖିଥିଲେ । ଏହି ପଥ ଉତ୍ସବ ଆୟୋଜନ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗୋଲି, ଡ୍ରଇଂ, ପେଣ୍ଟିଂ,  ଭୋଟ ଦାନ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା, ଓପନ ମାଇକ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଜନସଚେତନତା ସୃଷ୍ଟି ନିମନ୍ତେ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପିରାମିଡ୍ କରାଯାଇଥିଲା । ଏହି ଅବସରରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଉପରେ ବ୍ୟାପକ ଜନ ସଚେତନତା ନିମନ୍ତେ ଏକ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ମହାଜନ ଶୁଭାରମ୍ଭ କରିଥିଲେ । ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀ ଏବଂ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ ।  କାର୍ଯ୍ୟକ୍ରମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ, ସଦର ତହସିଲଦାର ଶ୍ରୀ କୁଳମଣି ରନବିଡା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପଧlନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପର୍ଶୁରାମ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ବିଶ୍ଵ କେତନ ପାଣ୍ଡେ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ଅନ୍ୟାନ୍ୟ  ସମସ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ କର୍ମଚାରୀ, ଜିଲ୍ଲାର ସଚେତନ ନାଗରିକ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ବିକାଶ ଦାସ ଏବଂ ଡେପୁଟି କଲେକ୍ଟର ସ୍ମୃତି ସୌମ୍ୟା ଦାସ ପରିଚାଳନା କରିଥିଲେ ।