ମୋହନା ପୁଲିସର ବଡ ସଫଳତା: ସୁନା ଦୋକାନରୁ ଚୋରୀ ହୋଇଥିବା ସାମଗ୍ରୀ ଜବତ, ଦୁଇ ଆସାମୀ ଗିରଫ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା l ଚୋରୀ ହୋଇଥିବା ସୁନା ରୂପା ଜବତ୍ ସହ ଦୁଇ ଚୋରକୁ ଗିରଫ କରିଛି ପୁଲିସ । ଗତ ସେପ୍ଟେମ୍ବର ୨୬ ତାରିଖରେ ମୋହନା ମୁଖ୍ୟ ବଜାରରେ ଥିବା ଶ୍ରୀହରି ଜୁଏଲାରୀ ଦୋକାନରୁ ୭୪୦ ଗ୍ରାମ ସୁନା ଓ ରୂପା ୫ କିଲୋ ଚୋରୀ ହୋଇଥିବା ଅଭିଯୋଗ ଥିଲା । ଯାହା ଫଳରେ ମୋହନା ପୁଲିସ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ମୋବାଇଲ ଟ୍ରାକିଂ, ସିସି ଟିଭି ଫୁଟେଜ ଭଳି ବିଭିନ୍ନ ଏଙ୍ଗେଲରେ ପୁଲିସ୍ ତଦନ୍ତ କରିଥିଲା । ତେବେ ଆସ୍କା ଅଞ୍ଚଳର ଏରେଗୁଲା ଗ୍ୟାଙ୍ଗର ଏ ଆଯାନ ରାଓ ଓ ସୋନପୁର ଜିଲ୍ଲାର ଦୟା ସାଗର ଛତ୍ରୀୟା ଦୁଇ ଜଣ ଆସାମୀଙ୍କୁ ଗିରଫ କରିଛି ପୁଲିସ । ଉଭୟଙ୍କୁ ପୁଲିସ୍ ଗିରଫ କରିବା ସହ ସୁନା ୪୭୫ ଗ୍ରାମ, ରୂପା ୩ କିଲୋ ୫୦୦ ଗ୍ରାମ, ନଗଦ ଟଙ୍କା ୪୦୦୦୦ ହଜାର ଟଙ୍କା ଜବତ କରିଥିବା ସୂଚନା ଦେଇଛନ୍ତି ଗଜପତି ପୁଲିସ ଆରକ୍ଷୀ ଅଧୀକ୍ଷକ ଯତିନ୍ଦ୍ର କୁମାର ପଣ୍ଡା ।