ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଠାରୁ କେରଳର ସାବରୀ ମାଳା ଅଭିମୁଖେ ଗୁଣପୁର ସହରର ଜେ. ଭେଙ୍କେଟି ରାବଣା, ଭି ଶ୍ରୀନୁ ଏବଂ ରାଜେନ୍ଦ୍ର ନାୟକ ଏହି ୩ ଜଣ ଆୟାପ୍ପା ଭକ୍ତ ଖାଲି ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଗୁଣପୁର ସ୍ଥିତ ଆୟପ୍ପା ମନ୍ଦିରରେ ବିଭିନ୍ନ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରାଯାଇଥିଲା । ଗୁଣପୁରରେ ଥିବା ଆୟପ୍ପା ସ୍ଵାମୀ ଭକ୍ତ ଏବଂ ମାଳା ଧାରଣ କରି ଦୀକ୍ଷା ନେଇଥିବା ସ୍ଵାମୀମାନେ ମଧ୍ୟ ପୂଜାର୍ଚ୍ଚନାରେ ସାମିଲ୍ ହୋଇ ସେମାନଙ୍କ ଯାତ୍ରା ସଫଳ ନିମନ୍ତେ ଆୟପ୍ପା ସ୍ୱାମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପାଦ ଯାତ୍ରାରେ କେରଳ ଯାଉଥିବା ୩ ଜଣ ସ୍ଵାମୀ ଆୟପ୍ପା ଭକ୍ତଙ୍କ ଯାତ୍ରା କିପରି ସୁରୁଖୁରୁରେ ସଫଳ ହୋଇପାରିବ ସେଥିନିମନ୍ତେ ସ୍ତାନୀୟ ଆୟପ୍ପା ଭକ୍ତ ମାନେ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଥିବା ନେଇ ଅନନ୍ତ ଗୁରୁ ସ୍ଵାମୀ ଏବଂ ମାଣି ଗୁରୁ ସ୍ଵାମୀ କହିଛନ୍ତି । ସେମାନେ କଉଠି ରାତ୍ରି ଯାପନ କରିବେ ଏବଂ କଉଠି ଭୋଜନ କରିବେ ତାହା ମଧ୍ୟ ଯୋଜନା କରାଯାଇଛି ଏବଂ ଯେ କୌଣସି ସମସ୍ୟା ଉପୁଜିଲେ କିପରି ସାହାଯ୍ୟ କରାଯିବ ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ରହିଛୁ ବୋଲି ସ୍ଥାନୀୟ ଆୟପ୍ପା ଭକ୍ତ ମାନେ କହିଛନ୍ତି ।