ବିଦ୍ୟା ବିକାଶ ଗ୍ରୁପ ଅଫ ଅନୁଷ୍ଠାନ ତରଫରୁ ବିକାଶ ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଥାନୀୟ ଜେଡିଆର୍ ହୋଟେଲ ପରିସରରେ ବିକାଶ ଗ୍ରୁପ ଅଫ ଅନୁଷ୍ଠାନ ତରଫରୁ ବିକାଶ ଅନ୍ୱେଷଣ ଓ ବିଦ୍ୟା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକମାନଙ୍କ ସହ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀମାନଙ୍କୁ ଭଳ ଏଜୁକେସନର ମାର୍ଗ ଦେଖାଇବା l ପୂର୍ବରୁ ଅଭିଭାବକମାନେ ତାଙ୍କ ପିଲା ମାନଙ୍କୁ ଭଳ ବିଦ୍ୟାଳୟରେ ପାଠ ପଢ଼ାଇବା ନେଇ ଚିନ୍ତିତ ହେବା ସହ ନିଜେ ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ରହି ବିଚାର ବିମର୍ଷ କରୁଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟା ବିକାଶ ଗ୍ରୁପ ଶିକ୍ଷା ଅନୁଷ୍ଠାନ ଏକ ନିଆରା ପରମ୍ପରା ସୃଷ୍ଟି କରିଛି l ଏହି ଅନୁଷ୍ଠାନ ସୁନ୍ଦରଗଡ଼ରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ନିକଟରେ ପହଞ୍ଚିଛି l ଗୋଟିଏ ପଟେ ସବୁ ଅଭିଭାବକଙ୍କ ସମୟକୁ ବଞ୍ଚାଇବା ସହ ଶିକ୍ଷା କ୍ଷେତ୍ରରେ ଆସିଥିବା ଉପାଦେୟ ତଥ୍ୟକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଛି l ଆଗାମୀ ଭବିଷ୍ୟତକୁ ଦେଖି ପାଠ ପଢ଼ାର ଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବିଦ୍ୟା ବିକାଶ ଆଗଉଥିବl କଥା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ବାବୁ କହିଛନ୍ତି l ବିଦ୍ୟା ବିକାଶ ଗ୍ରୁପ୍ ର ସମସ୍ତ ଅନୁଷ୍ଠାନ ପାଠପଢାର ଏକ ଅନୁଖା ବାତାବରଣ ରଖିଛି l କୌଣସି ଛାତ୍ରଛାତ୍ରୀ ଯେପରି ନିଜକୁ ଏକୁଟିଆ ବଞ୍ଚିବାର କଥା ଅନୁଭବ ନ କରନ୍ତି ସେ ସମସ୍ତ ଦିଗରେ ଏହି ଗ୍ରୁପ ଅଫ ଅନୁଷ୍ଠାନ ସତର୍କ ଥିବା କଥା ସ୍ପଷ୍ଟ କରିଛି l ସ୍କୁଲ ନିର୍ଘଣ୍ଟ ପରେ ମଧ୍ୟ ସ୍କୁଲର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟେକ ପିଲାଙ୍କ ପାଖରେ ପହଞ୍ଚି ପାଠ ପଢ଼ାରେ ରହୁଥିବା ସମସ୍ୟାର ସମାଧାନ କରିବା ସହ ସେହି ଛାତ୍ରଛାତ୍ରୀମାନେ ଯେପରି ସହଜରେ ପାଠ ପଢାରେ ଅଗ୍ରସର ହେବେ ସେ ନେଇ ସମସ୍ତ ପଦକ୍ଷେପ ନେଇଥାନ୍ତି l ବିଦ୍ୟା ବିକାଶ ଗ୍ରୁପ ଅଫ ଅନୁଷ୍ଠାନ ସମ୍ବଲପୁର ଓ ଝାରସୁଗୁଡ଼ା ତରଫରୁ ବିକାଶ ଅନ୍ୱେଷଣ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ‘ବିଦ୍ୟା ସେତୁ’ ସମ୍ମାନରେ ସମ୍ମାନିତ କରିଥିଲେ l ବିକାଶ ସିବିଏସଇର ଅଧ୍ୟକ୍ଷl ପୁଷ୍ପିତl ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ବିକାଶ ଦ କନସେଫ୍ଟ ସ୍କୁଲର ଅଧ୍ୟକ୍ଷ ମନୋରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟା ବିକାଶ ଗ୍ରୁପର ମାର୍କେଟିଂ ମ୍ୟାନେଜର ସୁବଲ ପ୍ରଧାନ ଓ ଏଜିଏମ ଶ୍ରବଣ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା l