ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତରେ ଆଜି ଏକ “ସ୍ଵତନ୍ତ୍ର ଗ୍ରାମସଭା” ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି । ମାନଝରି ସରପଞ୍ଚ ଜଗୁଜିବନ ଅଘ୍ରିଆଙ୍କ ସଭାପତିତ୍ବ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ଗ୍ରାମସଭାରେ ମୁଖ୍ୟତଃ ଗ୍ରାମପଞ୍ଚାୟତର ବିକାଶ ଯୋଜନା ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବିଭିନ୍ନ ବିକାଶ ଯୋଜନା ସ୍ଥାନ ପାଇଥିଲା । ତତ୍ ସହିତ ଗତ ଶନିବାର ଦିନ କାଳବୈଶାଖୀ ପ୍ରଭାବରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଥିଲା । ଏହି ସଭାରେ ନାଏବ ସରପଞ୍ଚ ଭାନୁମତୀ ସୁନାନି, ପିଇଓ ନବୀନ ମାଝୀ, ଜି .ଆର. ଏସ . ଅରୁଣ ଦୁର୍ଗା,ପ୍ରଧାନଶିକ୍ଷକ ଅନାଦି ରାଉତ, ଯୋଗାଣ ସହାୟକ, ଜି.ପି.ଏଲ.ଏଫ ସଭାପତି ବେଲମତି ମହାନନ୍ଦ, ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ସଭ୍ୟ/ସଭ୍ୟା , ଏ.ସି.ଏମ, ଇ.ସି ମେମ୍ବର, ସି.ଆର.ପି.ତଥା ଜନସାଧାରଣ ଉପସ୍ଥିତ ଥିଲେ । ମାନଝରି ଏକ ଦାଦନ ପ୍ରବଣ ପଞ୍ଚାୟତ ହୋଇଥିବାରୁ ଏହି ଯୋଜନା ଶୀଘ୍ର କାର୍ଯ୍ୟକ୍ଷମ ହେଲେ ପଞ୍ଚାୟତ ବାସି ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।