ନୂତନଗଡ଼ ଗ୍ରାମ ପରିଦର୍ଶନ କଲେ ରା.ଉଦୟଗିରି ବ୍ଲକ ଅଧକ୍ଷ…

ରା.ଉଦୟଗିରି( ଆକାଶ ଦାସ): ଗଜପତି ଜିଲା ରା.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚୟାତରେ ଅବସ୍ଥିତ ନୂତନଗଡ଼ ଗ୍ରାମ । ଗ୍ରାମରେ ଅନେକ ଅନେକ ସମସ୍ୟାର ଅଭିଯୋଗ ରହିଛି । ସେସବୁ ସମସ୍ୟାକୁ ନେଇ ପରିଦର୍ଶନ କଲେ ରା.ଉଦୟଗିରି ବ୍ଳକ ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର । ତେବେ ଶ୍ରୀ ଶବର ସେଠି ପହଞ୍ଚଲା ପରେ ପ୍ରଥମେ ଗ୍ରାମର ମୁଖିଆ ବ୍ୟକ୍ତି ମାନେ ଗାଁ ମୁଣ୍ଡରୁ ସମ୍ମାନ ସହ ତାଙ୍କୁ ପାଛଟି ନେଇଥିଲେ । ପରେ ଗ୍ରାମର ଲୋକମାନଙ୍କ ସହ ବସି ଗ୍ରାମର ଉନ୍ନୟନ ବିଷୟ ଉପରେ ଆଲଚ଼ନା କରିଥିଲେ । ନୂତନ ଗଡ଼ ଗ୍ରାମରେ ଥିବା ପାଣି ସମସ୍ୟା ଉପରେ ପଚାରି ବୁଝିଥିଲେ । କାରଣ ନୁତନ ଗଡ଼ ଗାଁ ଚାରିପଟେ ପାହାଡ଼ ପର୍ବତ ଘେରି ରହିଛି । ଗ୍ରାମରେ ଆଜକୁ ୩୦ ବର୍ଷ ହେବ ପ୍ରାୟ ୪୦ ଖଣ୍ଡ ପରିବାର ବସ ବାସ କରିଆସୁଛନ୍ତି । ଗ୍ରାମବାସୀ ସେହି ପାହାଡ଼ ଉପରୁ ଝରୁ ଥିବା ପଙ୍କ କାଦୁଅ ପାଣିକୁ ବ୍ୟବହାର କରନ୍ତି । ସେହି ପାଣି ବ୍ୟବହାର ଦ୍ବାରା ଅନେକ ପରିବାର ମଧ୍ୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏକ ନଳକୁପ ଅଛି ହେଲେ ଗୋଟାଏ ହାଣ୍ଡି ପାଣି ପାଇ ଏକ ଘଣ୍ଟା ଜଗିବାକୁ ପଡେ । ପୁଣି ଗ୍ରାମରେ ଏକ କମୁନିଟି ହଲ୍ ଅଛି ତାହା ମଧ୍ୟ ଅସମ୍ପୁର୍ଣ୍ଣ ଅବସ୍ଥାରେ ଥିବାବେଳେ ତାହା କେମିତି ସମ୍ପୁର୍ଣ୍ଣ ହେବ ତାହା ମଧ୍ୟ ଅଧ୍ୟକ୍ଷ ଲୋକଙ୍କ ସହ ଆଲୋଚନା କରିଛନ୍ତି । ରାସ୍ତା ମଧ୍ୟ ଖରାପ ଥିବାରୁ ତାହା ଅଳ୍ପ ବର୍ଷା ହେଲେ ଗ୍ରାମବାସୀ ଯିବା ଆସିବା କରିବାପାଇଁ ବହୁତ କଷ୍ଟ ହୁଏ । ହେଲେ ସମସ୍ତ ଆଲୋଚନା ପରେ ବ୍ଳକ ଅଧ୍ୟକ୍ଷ୍ୟ ଶ୍ରୀ ଶବର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଲାଗି ମଧ୍ୟ ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ଏଇ ଗାଁର ସମସ୍ୟା କେବେ ସମାଧାନ ହେଉଛି ଓ ନୂତନଗଡ଼ ଗ୍ରାମବାସୀ କେବେ ଉପକୃତ ହେବେ ତାହା ହିଁ ଦେଖିବାକୁ ବାକି ରହିଲା ।