ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ଉଚ୍ଚ ବିଦ୍ୟାଳୟ ଠାରେ (ଶନିବାର)ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ରିଷିଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରିଷିଗାଁ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟକୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏ.ବି.ଇ.ଓ. ହୃଷିକେଶ ନାଏକ, ସମ୍ମାନିତ ଅତିଥି ଭାବେ ରିଷିଗାଁ ସରପଞ୍ଚ ବିନୋଦିନି ବେହେରା, ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତି, ବରିଷ୍ଠ ଶିକ୍ଷୟତ୍ରୀ ସୁବସିନୀ ପାଣିଗ୍ରାହୀ, ବିଷ୍ଣୁପ୍ରିୟା ପ୍ରଧାନ ପ୍ରମୁଖ ମଞ୍ଚସିନ ହୋଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପରେ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତାରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ, ବି.ଆର.ସି. ସି.ଜୟକୁମାର ମାଝୀ, ପ୍ରଧାନ ଶିକ୍ଷକ ଶ୍ରୀନିବାସ ସେନାପତି.ଅନିତା ମହାନ୍ତି, ସି. ଆର.ସି.ସି.ବୈକୁଣ୍ଠ ବେମାଲ ଆୟୋଜିତ ସଭାକୁ ଶିଶୁ ମହୋତ୍ସବ ସୁରଭିର ଉଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରି କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ପୂର୍ବକ ପୁରସ୍କୃତ କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଦଳଗତ ନୃତ୍ୟ ପ୍ରତିଯୋଗିତା ଶହଶହ ଲୋକଙ୍କ ଭିଡ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ପ୍ରଦାନ କାରିଥିଲା । ରିଷିଗାଁ ଉଚ୍ଚ ବିଦ୍ୟାଳୟର ସୁବ୍ୟବସ୍ଥା ସମସ୍ତଙ୍କ ଦ୍ଵାରା ଉଚ୍ଚ ପ୍ରସନସିତ ହୋଇଥିଲା । ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ସମସ୍ତ କଯ୍ୟ ସମ୍ପାଦିତ ହୋଇଥିଲା । ଶେଷରେ ସମସ୍ତ କାର୍ଯ୍ୟର ସୁସଫଳତା ପାଇଁ ସି.ଆର.ସି.ସିଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।