ପୁରୀ(ମାନସ କୁମାର ଦାସ): କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍ ସର୍ଭେ ଆରମ୍ଭ ହୋଇଛି । ହାଇଦ୍ରାବାଦର ନ୍ୟାସନାଲ୍ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ ଆରମ୍ଭ କରାଯାଇଛି । ଏନେଇ ଏଏସଆଇ ଅଧିକ୍ଷକ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ସର୍ଭେ କାମରେ ଓ୍ବେବ ଜରିଆରେ ଭୂତଳର ୧୫ ମିଟର ଯାଏଁ ସ୍କାନିଂ ହେଉଛି । ଯଦି ମାଟି ତଳେ ପ୍ରାଚୀନ ଐତିହ୍ୟ ସନ୍ଧାନ ମିଳେ ତେବେ ତାର ପୁନରୁଦ୍ଧାର ହେବ ବୋଲି ଗଡନାୟକ କହିଛନ୍ତି ।