ଅନୁସନ୍ଧାନ ଭାରତ(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ସୁନାବେଡ଼ା ଆଶ୍ରମ ବିଦ୍ୟାଲୟରେ ବିସ୍ମୃତ ଖାଦ୍ୟ ଓ ଖାଦ୍ୟଶସ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଶ୍ରୀଯୁକ୍ତ ବିଶ୍ରାମ ଛତ୍ରିଆ ଯୋଗଦେଇଥିବା ବେଳେ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିଜୟ କୁମାର ଝାକର ଓ ମୂଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ବୀର ଜଗତ ଯୋଗଦେଇଥିଲେ । ସୁନାବେଡ଼ା ଆଶ୍ରମ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ୧୦୦ରୁ ଉର୍ଦ୍ଧ ଛାତ୍ରଛ୍ରାତ୍ରୀ ଖାଦ୍ୟଶସ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଶ୍ରେଷ୍ଠ ତିନିଜଣ ରାଜ ପ୍ରଧାନ, ସୁଶ୍ରୀ ଜ୍ୟୋତି ଜଗତ ଓ ଭଜମନ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଓଡିଶା ସରକାରଙ୍କ ସମନ୍ଵିତ କୃଷି ବିକାଶ କାର୍ଯ୍ୟକ୍ରମ ମିଳିତ ସହଯୋଗରେ ବିଦ୍ୟାଲୟ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ଅଭିଷେକ ହୋତା, ଗୌରୀଶଙ୍କର ମେହେର, ଆଶିଷ ପଟେଲ ଓ ବିଭୃତି ଭୁଷଣ ବିଶ୍ଵାଳଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସୁନାବେଡ଼ା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଦେବଦାସ ଶବର, ବ୍ରଜମୋହନ ବିଶ୍ୱାଳ, ପଲସ କୁମାର ନାଏକ, ଦିନବନ୍ଧୁ ବାଗ, ନୁଆଲାଲ ଦିଶୋରୀ, ଜୟପ୍ରକାଶ ଶବର ପ୍ରମୁଖ ସହଯୋଗ କରିଥିଲେ ।