ନୂଆପଡା ଜିଲ୍ଲାପାଳଙ୍କ ଖମତରାଇ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ….

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମତରାଇ ଗ୍ରାମ ପରିସର ମଧ୍ୟରେ ଜିଲ୍ଲାପାଳଙ୍କ ଗ୍ରାମସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ ।ଗ୍ରାମବାସୀମାନେ କାର୍ଯ୍ୟ ଅନ୍ୱେଷଣରେ ରାଜ୍ୟବାହାରକୁ ପଳାୟନ ନ କରିବାକୁ ସେ ଆହ୍ବାନ କରିଥିଲେ । ଏବେ ନିଜନିଜ ଗ୍ରାମରେ ବିଭିନ୍ନ ସରକାରୀ ଶ୍ରମଭିତ୍ତିକ କାର୍ଯ୍ୟ ମିଳିଯାଉଛି l ଏହାସହ ବିଭିନ୍ନ ବ୍ୟାଙ୍କ ସହ ସଂଯୋଗ ସ୍ଥାପନ କରି ଆତ୍ମ ନିର୍ଭରଶୀଳ ଏବଂ ସ୍ବାବଲମ୍ବୀ ହେବାକୁ ସେ ଗ୍ରାମବାସୀମାନଙ୍କୁ ସଚେତନ କରିଛନ୍ତି । ଅନୁଷ୍ଠିତ ସଭାରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏସ ପି ଜିଆର ରାଘବେନ୍ଦ୍ର, ଡିଏଫ୍ ଓ ଅଜିଜ ଖାନ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଲିଡ ବ୍ୟାଙ୍କ ପ୍ରବନ୍ଧକ ସୀତାରାମ ମେହେର, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବରାଳ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼. ଧରଣୀ ଧର ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସିଡିପିଓ ମିନା ଅଗ୍ରୱାଲ, କୃଷି, ବନ ବିଭାଗ, ମତ୍ସ୍ୟ, ବିଦ୍ୟୁତ, ଅବକାରୀ, ବିଭାଗ ଅଧିକାରୀମାନେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ସୁବିଧା ଏବଂ ସୁଯୋଗ ଉପରେ ଅବଗତ କରାଇଥିଲେ । ଶ୍ରମିକମାନେ ସଚେତନ ହେବା ଦ୍ବାରା ନିଜ ଗ୍ରାମରେ କର୍ମ ଯୋଗାଣ ପାଇବା ସହ ଜଣେ ଜଣେ କୁଟୀର ଶିଳ୍ପପତି ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି ।