ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜୀରିଗୁଡ଼ା ଓ କୁମ୍ଭାରୀଗାଁ ଗ୍ରାମରେ ଇଷ୍ଟ ଦେବୀ ମା ଭୈରବୀଙ୍କ ବାଲି ଯାତ୍ରା ପର୍ବ ଗ୍ରାମ୍ୟ ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଝିଞିରିଗୁଡ଼ା ଗ୍ରାମର ମୁଖ୍ୟ ଯାନୀ ଭାବେ ଉମାଚରଣ ବେହେରର୍ଦ୍ଧଳାଇ, ଦେବେନ୍ଦ୍ର ପ୍ରଧାନୀ ଏବଂ କୁମ୍ଭାରିଗାଁ ଗ୍ରାମର ମୁଖ୍ୟ ଯାନୀ ଗଣେଷ ବେହେରର୍ଦ୍ଧଳାଇ, ଜାଡା ଚିତ୍ର ବିଶୋଇ, ସୁକୁଦେବ ବିଷୋୟୀଙ୍କ ପୌରହିତ୍ୟରେ ଯାତ୍ରା ପରିଚାଳିତ ହୋଇଥିଲା । ପାରମ୍ପରିକ ରୀତିନୀତି ପ୍ରଥା ଅନୁଯାୟୀ ମା’ ଙ୍କ ପାଖରେ ନୋବର୍ଣ୍ଣ ଭୋଗ ଲାଗିବା ସହ ନୂଆ ବସ୍ତ୍ର ଅର୍ପଣ ଏବଂ ବିଭିନ୍ନ ପ୍ରକାରର ବାଦ୍ୟ ଯନ୍ତ୍ର ଧରି ଗ୍ରାମ ପରିକ୍ରମା କରିଥିଲେ । ପରେ ମାନସିକ ଧାରୀମାନେ ମାନସିକ ପୂରଣ ପାଇଁ ଝାମୀରେ ଲାଗିଥିବା ନିଆଁରେ ଚାଲିଥିଲେ । କନ୍ଧମାଳ ଜିଲ୍ଲାକୁ ଲାଗିଥିବା ସୀମାନ୍ତ ଅଞ୍ଚଳ ମୁଖ୍ୟତଃ ଗଜପତି, ଗଞ୍ଜାମ, ରାୟଗଡ଼ା ଜିଲ୍ଲାରୁ ଅଧିକ ମାତ୍ରାରେ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଯାତ୍ରା ତିନିଦିନ ଧରି ପାଳନ କରାଯାଇ ଥିବା ବେଳେ ଉଭୟ ଗ୍ରାମର ଗ୍ରାମ୍ୟ ପରିଚାଳନା କମିଟିର ନେତୃତ୍ଵରେ ଯୁବ ସଙ୍ଘ ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l