ହାଟପଦା ସାହି ଓ କମ୍ବୁ କଲୋନୀକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା, ବାଧକ ସାଜିଛି ପୂର୍ତ୍ତ ବିଭାଗ ଡ୍ରେନ ଓ ଗଣେଶ ମେଢ଼..
ଦାରିଙ୍ଗବାଡି (ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ସ୍ଥାନୀୟ ୮ନଂ ୱାର୍ଡ଼ରେ ଥିବା କମ୍ବୁ କଲୋନୀ ଓ ହାଟପଦା ସାହି ବାସୀଙ୍କ ଯାତାୟତ ରେ ବାଧକ ସାଜିଛି ପୂର୍ତ୍ତ ବିଭାଗର ଅପୂର୍ନାଙ୍ଗ ଡ୍ରେନ ଓ ଗଣେଶ ମେଢ଼। ଯାନ ବାହନ ଚଳାଚଳ ଏକ ପ୍ରକାର ବନ୍ଦ ରହିଛି l ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସୀନ୍ଧା । ଏହି ସାହି ବାସୀଙ୍କ ଯାତାୟତ ପାଇଁ ବଜାର ମଧ୍ୟ ସ୍ଥଳରୁ କମ୍ବୁ କଲୋନୀ ଦେଇ ହାଟପଦା ଓ ପଞ୍ଚାୟତର ପଛ ପଟ ଏକ କଂକ୍ରିଟ ରୋଡ଼ କାର୍ତ୍ତିକ ଦୋକାନ ପାର୍ଶ୍ଵ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇଛି । ଏହି ସାହି ବାସୀ ନିଜ ସୁବିଧା ଅନୁସାରେ ଉଭୟ ପଟ ଯାତାୟତ କରିଥାନ୍ତି ତେବେ ଗତ କିଛି ଦିନ ହେବ ପୂର୍ତ୍ତ ବିଭାଗ ମୁଖ୍ୟ ସଡ଼କର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ହାଟ ପଦା ସାହିର ପ୍ରବେଶ ପଥ ଅର୍ଥାତ୍ କାର୍ତ୍ତିକ ଦୋକାନ ପାର୍ଶ୍ଵରେ ଡ୍ରେନ ନିର୍ମାଣ କାର୍ଯ୍ୟ ପାଇଁ ଖୋଳା ଯାଇ ଥିବା ବେଳେ ଅନ୍ୟ ପଟ କମ୍ବୁ କଲୋନୀ ପ୍ରବେଶ ପଟରୁ ମଝି ରାସ୍ତା ଅବରୋଧ କରି ଗଣେଶ ମେଢ଼ ସଜା ଯାଇଛି l ଦୁଇ ପଟ ରାସ୍ତା ଅବରୋଧ ରହି ଥିବାରୁ ଜରୁରୀ କାଳୀନ ସେବା ପାଇଁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନାହିଁ l ଏସମସ୍ତ ବିଷୟରେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଓ ପୋଲିସ ପ୍ରଶାସନ ଜାଣି ଶୁଣି ଅଜଣା ଭଳି ଅଭିନୟ କରୁଥିବା ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କ ଗମନା ଗମନ ସୁବିଧା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ହାଟ ପଦା ସାହି ବାସୀ ଓ ବୁଦ୍ଧିଜୀବୀ ମହାଲରୁ ଦାବୀ ହୋଇଛି ।