ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ରହ୍ମାକୁମାରୀ ଶାନ୍ତିଶ୍ରୋତ ଭବନ ପରିସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଇନା’ ପକ୍ଷରୁ ଆମେରିକାର ସ୍ନେହା ଫାଉଣ୍ଡେସନ ଆନୁକୂଲ୍ୟରେ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ଏଥିରେ ବେଲଗୁଣ୍ଠା ଓ ଭଞ୍ଜନଗର ଶ୍ରବଣ ବାଧିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଏଥିସହ ବାକ୍ ଶ୍ରବଣ ଚିକିତ୍ସା ଡାକ୍ତର କାର୍ତ୍ତିକେଶ୍ବର ଜେନା ଶ୍ରବଣ ଯନ୍ତ୍ରର ବ୍ୟବହାର, ଶ୍ରବଣ ଶକ୍ତି ହ୍ରାସର କାରଣ, ନିରାକରଣ ସଂର୍ପକରେ ସଚେତନ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିବା ବେଳେ ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ ଆପଟ, ରୋଟାରୀଆନ ପଞ୍ଚାନନ ମିଶ୍ର, ବ୍ରହ୍ମାକୁମାରୀ ସନ୍ତୋଷିନୀ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଉକ୍ତ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଦେବାଶିଷ ରଥ ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ଗୌଡ, ସଜନ ମଲ୍ଲିକ ସହାୟତା ପ୍ରଦାନ କରିଥିଲେ ।