ଭଞ୍ଜନଗର(ନିଲୁ ବିଷୋୟୀ): ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଠାରେ ସ୍ଵାଧୀନତା ସଂଗ୍ରାମୀ ମଞ୍ଚ ପରିବାର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ଅଭିମନ୍ୟୁ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ଓ ପାଠାଗାର ସଭାପତି ନିରଞ୍ଜନ ପ୍ରଧାନ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ବୈଠକରେ ଭାରତ ସ୍ବାଧୀନତାରେ ସଂଗ୍ରାମୀମାନଙ୍କ ବଳିଦାନ ସଂର୍ପକରେ ଆଲୋଚନା ହୋଇଥିଲା । ଦେଶର ଅଗ୍ରଗତିରେ ସ୍ବାଧୀନତା ସଂଗ୍ରାମୀ ପରିବାର ସଦସ୍ୟ ଯୋଗଦାନ ଦେବାକୁ ଆହ୍ବାନ ଦିଆଯାଇଥିଲା । ବୈଠକରେ ସ୍ଵାଧୀନତା ସଂଗ୍ରାମ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ । ସଂଗ୍ରାମୀଙ୍କ ପରିବାରକୁ ମାସକୁ ୧୦ହଜାର ଟଙ୍କା ପେନସନ, ମାଗଣା ସ୍ୱାସ୍ଥ୍ୟ ସୁବିଧା, ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇବା ପାଇଁ ଆର୍ଥିକ ସହାୟତା, ସ୍ଵତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା, ବ୍ଲକ ସ୍ତରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ସ୍ତମ୍ଭ ସ୍ଥାପନ ଆଦି ସଂର୍ପକରେ ଆଲୋଚନା ହୋଇଥିବା ଶ୍ରୀ ଗୌଡ ପ୍ରକାଶ କରିଛନ୍ତି । କୁଟୁମ୍ବ ଯୋଜନା ରାଜ୍ୟ ସରକାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା । ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।