ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ପରିଦର୍ଶନ କଲେ କନ୍ଧମାଳ ଜିଲ୍ଲାପାଳ…..

ଟିକାବାଲି( ସାନୁଜ ବେହେରା): କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ହେଉଛି ଟିକାବାଲି ବ୍ଲକ ପାଇଁ ଏକ ଉପାନ୍ତଏବଂ ଦୁର୍ଗମ ଗ୍ରାମପଞ୍ଚାୟତ ଅଟେ l ଏହି ଗ୍ରାମପଞ୍ଚାୟତରେ ଆଦିବାସୀ ଦଳିତ ଓ ପଛୁଆ ବର୍ଗର ଲୋକମାନେ ବାସ କରନ୍ତି l ଗ୍ରାମପଞ୍ଚାୟତରେ ମୋଟ 5 ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଗୋଟିଏ ହାଇସ୍କୁଲଏବଂ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରହିଅଛି l ଏହି ଗ୍ରାମପଞ୍ଚାୟତ ଦୀର୍ଘ ଦିନ ଧରି ଏକ ବିଛନ୍ନ ପଞ୍ଚାୟତ ଭାବରେ ରହି ଥିବା ବେଳେ ବର୍ତ୍ତମାନ ପଞ୍ଚାୟତ ର ସାମଗ୍ରୀକ ବିକାଶ ଧିରେ ଧିରେ ଅଗ୍ରସର ହେବାରେ ଲାଗିଛି l ଆଜି ନୂତନ ଭାବରେ ଦାୟିତ୍ୱ ନେଇଥିବା କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ଗ୍ରାମପଞ୍ଚାୟତକୁ ପରିଦର୍ଶନ କରି ଆଉ ଏକ ନୂଆଆଶା ଉଦ୍ଧିପନା ସୃଷ୍ଟି କରି ଆହୁରି ଅଞ୍ଚଳ ବାସୀଙ୍କ ମନକୁ ଛୁଇଁ ନେଇଯାଇଛନ୍ତି l ଜିଲାପାଳ ସଭିଙ୍କ ମନରେ କେତେଯେ ବିଶ୍ୱାସ ଭରି ଦେଇଛନ୍ତି କହିଲେ ନ ସରେ l ଯାହାକୁ ନେଇ ଅଂଚଳ ବାସୀ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି l ଜିଲ୍ଲାପାଳଙ୍କ ଏପରି ବିଭିନ୍ନ ଅଞ୍ଚଳ ବିଭିନ୍ନ ଗାଁ କୁ ପରିଦର୍ଶନ କରୁଥିବା ଦେଖି ସମସ୍ତ ପ୍ରଶାସନ, ବୁଦ୍ଧି ଜୀବି, ଆଇନ ଜୀବି, ଯୁବବନ୍ଧୁ ଓ ସାମାଜିକ କର୍ମୀମାନଙ୍କ ମଧ୍ୟରେ ବି ବେସ ପ୍ରଶଂସନୀୟ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି l
ସୂଚନା ଅନୁସାରେ ଜିଲ୍ଲାପାଳ ପ୍ରଥମେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମଳିକଙ୍କ ସହିତ ଆଲୋଚନା କଲା ପରେ ପଂଚାୟତର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିବା ପାଇଁ ଯୋଜନା ପ୍ରସ୍ତୁତି କରିଥିଲେ ଏବଂ ପ୍ରଥମେ ଗାର୍ଡିଙ୍ଗିଆ ଆଞ୍ଚଳିକ ପାର୍କ, ଜଳସେଚନର ଉତ୍ସ, ଚେକଡ୍ୟାମ, କେନାଲ, ସଲାଙ୍ଗିଆରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ବଡ଼ କୁଆଁକୁ ମଧ୍ୟ ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ବିଭାଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଏହି ଅଞ୍ଚଳରେ ମହଜୁଦ ଥିବା ସମସ୍ତ ନଳକୂପ ଜଳର ଗୁଣବତ୍ତା ନିଜେ ନିରୀକ୍ଷି ଦେଖିବା ସହିତ ପାନୀୟ ଜଳ ରୂପେ ବ୍ୟବହାର ପାଇଁ ଉପଯୋଗୀ କି ନୁହେଁ କେତେ ମାତ୍ରରେ ଆଇରନ ମିଶ୍ରିତ ହେଉଛି ତାହା ଜାଣିବାକୁ ଚାହିଁ ଥିଲେ l ପରେ ଡଙ୍ଗାବାଡ଼ି ନାମକ ଏକ ପ୍ରାକୃତିକ ଜଳପ୍ରପାତକୁ ଯାଇ ବୁଲି ଦେଖିବା ସହ ଟୁଡୁବାଲି ଛକ ଠାରୁ ବର୍ଷେଡ଼ି ଛକ ପର୍ଯ୍ୟନ୍ତ ଦେଖା ଯାଇଥିବା କଦର୍ଯ୍ୟ ରାସ୍ତାକୁ ମଧ୍ୟ ଅନୁଧ୍ୟାନ କରିବା ସହିତ ଅଞ୍ଚଳରେ ଦ୍ୱତୀୟ ଫସଲ କେମିତି ହୋଇ ପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତି କରି ଯଥା ଶିଘ୍ର ଜଣାଇ ବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଏହାର ଶିଘ୍ର କାର୍ଯ୍ୟକ୍ରମ ଆରମ୍ଭ କରି ସମାଧାନ କରିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ l
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଟିକାବାଲି ହୃଦରଞ୍ଜନ ସାହୁ, ଚ୍ୟାରମେନ ଦିଲିପ କଂହର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଏପିଓ ଅନୁରାଧା ମଲ୍ଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ବେହେରା, ଏଡିଇଓ ଶ୍ରମିକ କଂହର, ସମିତି ସଭ୍ୟ ଆଲଫାନ ପ୍ରଧାନ, ସମେତ ପଂଚାୟତର ସମସ୍ତ ଗାଁ ସାଥି ପ୍ରମୁଖ ଉପସ୍ଥିତ ଥିଲେ l