ସୁଭଦ୍ରା ଯୋଜନା ଆବେଦନ ପାଇଁ ପୋଷ୍ଟାଲ ଓ ବ୍ୟାଙ୍କ ମାନଙ୍କର ହିତାଧିକାରୀମାନଙ୍କର ନାହିଁ ନ ଥିବା ଭିଡ….

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସମେତ ଓଡିଶାର କୋଣ ଅନୁକୋଣରେ ସୁଭଦ୍ରା ଯୋଜନା ଅନ୍ତର୍ଭକ୍ତ କରିବା ପାଇଁ ମହିଳାମାନଙ୍କର ନାହିଁ ନ ଥିବା ଭିଡ ପୋଷ୍ଟାଲ ଓ ବ୍ୟାଙ୍କମାନଙ୍କରେ ଦେଖାଯାଇଥିଲା l ଆଧାର କାର୍ଡରେ ଭୂଲଭଟକାକୁ ସଂଶୋଧନ ଅବା ନିଜ ମୋବାଇଲ ନମ୍ବରକୁ ଆଧାରକାର୍ଡ ସଙ୍ଗେ ଯୋଡିବା ପାଇଁ ଲମ୍ବା ଲାଇନ ପରିଦୃଶ୍ୟମାନ ହୋଇଥିଲା l ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାରେ ପାଂଚ ବର୍ଷରେ ପଚାଶ ହଜାର ଟଙ୍କା ଯୋଗ୍ୟ ହତାଧିକାରୀମାନେ ପାଇବେ ବୋଲି ପ୍ରତିଶୃତି ଦେଇଥିଲେ l ଅର୍ଥାତ୍ ଛଅ ମାସରେ ପାଂଚ ହଜାର ଓ ପୁଣି ଆଉ ଛଅମାସରେ ପାଂଚ ହଜାର ପାଇପାରିବେ l ଫଳତଃ ବର୍ଷକୁ ଦଶହଜାର ପାଇପାରିବେ l ଯାହା ଦ୍ବାରା ସେମାନେ ଆବଶ୍ୟକତା ଅନୁଯାୟୀ ଡେବିଟ୍ କାର୍ଡ ଖର୍ଚ୍ଚ କରିପାରିବେ l ସୁତରାଂ ଏଥିରେ ହତାଧିକାରୀ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହୋଇଥିବ l ସେ ଆୟକରଦାତା ହୋଇନଥିବେ l ସେ ରାଜ୍ୟ ଅବା କେନ୍ଦ୍ର ସରକାର ଅଧୀନରେ କର୍ମଚାରୀ ଭାବେ ମାସିକ ପନ୍ଦର ଶହ ଟଙ୍କା ଅଥବା ତା ଠାରୁ ଅଧିକ କିମ୍ବା ବାର୍ଷିକ ଅଠର ହଜାର ଟଙ୍କା ଅଥବା ତାଠାରୁ ଅଧିକ ସହାୟତା ରାଶି ପାଉ ନ ଥିବେ l ସେ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇ ନ ଥିବେ l ସେ ପେନସନଭୋଗୀ ହୋଇ ନ ଥିବେ l ତାଙ୍କର ଚାରି ଚକିଆ ଯାନ ନ ଥିବ l ତାଙ୍କ ପରିବାରର ବାର୍ଷକ ଆୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାରୁ କମ୍ ଥିବ l ତାଙ୍କ ପରିବାର ସଦସ୍ୟଙ୍କର ପାଂଚ ଏକରରୁ ଅଧିକ ଜଳସେଚିତ ଜମି ଅବା ଦଶ ଏକରରୁ ଅଧିକ ଅଣ ଜଳସେଚିତ ଜମି ନ ଥିବ l ଦେଖାଯାଉ, ଏହି ସୁଭଦ୍ରା ଯୋଜନାରେ କେତେଜଣ ଲାଭ ଉଠାଇ ପାରୁଛନ୍ତି l