ପ୍ରଧାନ ଶିକ୍ଷକଙ୍କୁ ଗିରଫ ପାଇଁ ଜିଲ୍ଲା ଏସଟି/ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ବାଲିଶଙ୍କରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲଙ୍କୁ ଗିରଫ କରିବା ଦାବିରେ  ଜିଲ୍ଳା ଏସଟି/ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି l ଗତ ମାସ ଅଗଷ୍ଟ ୧୬ ତାରିଖ ଦିନ ଉକ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣକୁ ସହି ନ ତାଙ୍କ  ବିରୋଧରେ  ଆନ୍ଦୋଳନକୁ ଓହ୍ଲାଇ ମୁଖ୍ୟ ରାସ୍ତାକୁ ଅବରୋଧ କରି ଥିଲେ l ଉକ୍ତ ଘଟଣା ଦିନ ତଳସରା ଥାନା କର୍ମଚାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଉପ ଜିଲ୍ଲାପାଳ, ଏସଡିପିଓ ସୁନ୍ଦରଗଡ଼ ଘଟଣା ସ୍ଥଳକୁ ପହଞ୍ଚି ଥିଲେ ଏବଂ ପ୍ରଧାନ ଶିକ୍ଷକଙ୍କୁ ବହିଷ୍କାର କରିବା ସହିତ ୨୪ ଘଣ୍ଟା ଭିତରେ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ହେଲେ ଘଟଣାର ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଦୋଷୀକୁ  ଗିରଫ କରାଯାଇ ନାହିଁ l ଯାହା ଦ୍ଵାରା ଆଜି  ସୁନ୍ଦରଗଡ ଜିଲ୍ଲାର ଏସଟି/ଏସସି ଏକତା ମଞ୍ଚର ଶତାଧିକ ମହିଳା ପୁରୁଷମାନେ ଜିଲ୍ଲାପାଳ ଅଫିସକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ l ପ୍ରଧାନ ଶିକ୍ଷକଙ୍କୁ ଯଥା ଶୀଘ୍ର ଗିରଫ କରା ନ ଗଲେ ଆଗମୀ ଦିନରେ ଜିଲ୍ଲା ଏସଟି/ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l