ଜିବା ପଞ୍ଚାୟତ ଗସ୍ତରେରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ପଞ୍ଚାୟତ ଜିବା ଗ୍ରାମରେ ଆଜି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଗ୍ରାମ ପଞ୍ଚାୟତ ଫେସିଲିଟି ସେଣ୍ଟର ଉନ୍ମୋଚନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଚ୍ୟାରମେନ ଗାବାର ତିରୁପତି ରାଓ, ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ, ଗୁମ୍ମା ବ୍ଲକ ବିଡିଓ ଆକାଶ କୁମାର ପଣ୍ଡା, ଏଗୁକେଟିଭ ଇଞ୍ଜିନିଅର ବିଭୁ ଚନ୍ଦନ ପୂଜାରୀ, ସ୍ଥାନୀୟ ସରପଞ୍ଚ, ଏଡ଼େଙ୍ଗା ଶବର ଗୁମ୍ମା ବ୍ଲକ ଭାଇସ ଚ୍ୟାରମେନ ଏସ.ଶ୍ରୀନିବାସ ରାଓ ଏବଂ ହାଇଟେକ ଚ୍ୟାରମେନ ତିରୁପତି ପାଣିଗ୍ରାହୀ, କାଶନଗର ବ୍ଲକ ଅଧକ୍ଷା ବ. ସାୟାମ୍ମା, ମସୁଲୁନ ରଇତ ଏବଂ ଗ୍ରାମର ଅନେକ ଲୋକମାନେ ଉପସ୍ଥିତ ଥିଲେ l ସ୍ଥାନୀୟ ସରପଞ୍ଚ ଏଡ଼େଙ୍ଗା ଶବର ଗତ କିଛି ମାସ ତଳେ ବିରୋଧୀ ଦଳର ମିଛ ପ୍ରୟାସରେ ତିନୋଟି ଛୁଆର ପ୍ରମାଣ ସତ୍ୱେ ସରପଞ୍ଚ ପଦବୀରୁ ବହିସ୍କୃତ ହୋଇଥିଲେ କିନ୍ତୁ ହାର ନ ମାନି ସରପଞ୍ଚ ଏଡ଼େଙ୍ଗା ଶବର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇ ବିଜୟୀ ହାସଲ କରି ପୁନର୍ବାର ନିଜ ପଞ୍ଚାୟତରେ ସରପଞ୍ଚ ଭାବେ ଆଜି ଦାଇତ୍ୱ ନେଇଛନ୍ତି l ଏନେଇ ଗ୍ରାମ ପଂଚାୟତର ଜନସାଧାରଣ ଯୁବ ନେତା ଯୁବ ବିଧାୟକ ରୁପେଶ ପାଣିଗ୍ରାହୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଧୂମଧାମରେ ଗ୍ରାମରେ ସ୍ବାଗତଂ କରିଥିଲେ l