ଜଳଯୋଗାଣ ପାଇପ ଲାଇନ ଫାଟି ରାସ୍ତା ରେ ଗଡୁଛି ପାଣି, ପାନୀୟ ଜଳ ପାଇଁ ହନ୍ତସନ୍ତ ପୁଝାରି ପଡା ବାସୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମର ପୁଝାରି ପଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜକୁ ୧୦ ଦିନ ହେବ ଫାଟି ଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାରେ ପାନିୟ ଜଳ ଲହଡି ଭାଙ୍ଗୁଛି । ଫଳରେ ପୁଝ ପଡାରେ ବସବାସ କରୁଥିବା ଲୋକେ ପାନୀୟ ଜଳ ନପାଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପାନୀୟ ଜଳ ପାଇପ ଲାଇନ ଫାଟି ରାସ୍ତା ଉପରେ ପାଣି ନିଷ୍କାସନ ହେଉଥିବା ନେଇ କିଛି ସଚେତନ ନାଗରିକ ସୋସିଆଲ ମିଡ଼ିଆରେ ଭିଡ଼ିଓ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଗ୍ରାମ୍ୟ ଜଳଯୋଗାଣ ପାଇଁ ସ୍ଥାନୀୟ ପଂଚାୟତ କର୍ମଚାରୀ ନିୟୋଜିତ ରହିଥିବା ବେଳେ ପଞ୍ଚାୟତ କର୍ମଚାରୀଙ୍କ ଅପାରଗତା ଯୋଗୁ ପାଇପ ଲାଇନ ମରାମତିରେ ଅହେତୁକ ବିଳମ୍ବ ଯୋଗୁଁ ପୁଝାରି ପଡାର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।ଏନେଇ ମୋଟେର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ବିଶିଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଜଏନ କରିଛି, ସରପଞ୍ଚଙ୍କୁ ମଧ୍ୟ ଅବଗତ କରିଛି l ପାଇପ ଲାଇନ ମରାମତି ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ କୋକସରା ବ୍ଲକ ଗ୍ରାମ୍ୟ ଜଳଯୋଗାଣର କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆରକାଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ସମ୍ଭବ ହୋଇ ପାରିନାହିଁ।