ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ…

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ସ୍ଥିତ ଆଦିବାସୀ ଡେଭଲୋପମେଣ୍ଟ ସୋସାଇଟି ଠାରେ ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ସଭାପତି ରସିନ୍ତ ଶବରଙ୍କ ନେତୃତ୍ୱରେ ବିଭିନ୍ନ ବିଷୟ ଆଲୋଚନା କରି ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ସ୍ଥିର କରି ବ୍ଲକ୍ କାର୍ଯ୍ୟଳୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀ ଓ ଜିଆରଏସମାନଙ୍କୁ ତାଲିମ୍ ପ୍ରଦାନ, ସମସ୍ତ ବିଭାଗର କାମରେ ଗାଁ ସାଥୀଙ୍କୁ ସାମିଲ୍ କରିବା, ସରକାରଙ୍କ ନିୟମ ଅନୁସାରେ NMMS ଲିଙ୍କ ପ୍ରଦାନ କରିବା, ମେଟମାନଙ୍କୁ ଅବଗତ କରି ମେଟେରିଆଲ ଟଙ୍କା ଭେଣ୍ଡରମାନଙ୍କୁ ପଠାଇବା, CFC ଓ SFCର ମନରେଗା କାମରେ ଗାଁ ସାଥୀଙ୍କୁ ନିୟୋଜିତ କରିବା, ରାୟଗଡ଼ ଓ ମୋହନା ବ୍ଲକ ଭଳି ବିଡ଼ିଓଙ୍କ ଦସ୍ତଖତ ଥାଇ ପରିଚୟ ପତ୍ର ପ୍ରଦାନ କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିବା ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ସହ ମଧ୍ୟ ଏସଂପର୍କରେ ଆଲୋଚନା କରାଯିବା ବୋଲି ବ୍ଲକ ଗାଁ ସାଥୀ (ମେଟ୍) ସଂଘ ସଭାପତି ରସିନ୍ତ ଶବର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହରେଶ୍ ଦଳବେହେରା, ଯିହୁଦା କାର୍ଜୀ, ମହେଶ୍ୱର ପାଣି, ଜେଶମିନ ମଣ୍ଡଳ, ଇଫ୍ରୟୀମ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।