ଦାରିଙ୍ଗବାଡି (ଆଶୋକ ସିଂ): ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଏକ ଦିବସୀୟ ବିଶ୍ଵ ପରିବେଶ ଦିବସ ଗଦାପୁର ସେକ୍ସନର ଧୁସାରିଗାଁ ବିଟରେ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନିର୍ଦ୍ଧେଶ କ୍ରମେ ଗଦାପୁର ସେକ୍ସନର ଭାର ପ୍ରାପ୍ତ ବନପାଳ ସଞ୍ଜୀବ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମୁଠା ମାଝୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସରାମୁଳି ସରପଞ୍ଚ ପ୍ରେମଶିଳା ମୁଠା ମାଝୀ, ସମିତିସଭ୍ୟାଙ୍କ ସମେତ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ ।
ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆୟୋଜିତ ବିଶ୍ଵ ପରିବେଶ ଦିବସ ଅବସରରେ ମା ‘ ପାଇଁ ଗଛଟିଏ କାର୍ଯ୍ଯକ୍ରମ ଜରୀଆରେ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରି ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିବା ବେଳେ ଏହା ଗଦାପୁର ସେକ୍ସନର ଭାର ପ୍ରାପ୍ତ ବନପାଳ ଶ୍ରୀ ବେହେରାଙ୍କ ନେତୃତ୍ୱ ରେ ଧୁସାରି ଗାଁ ଛକ ଠାରୁ ଗାନ୍ଧାର ଗୁଡ଼ି ପର୍ୟ୍ୟନ୍ତ ପ୍ରାୟ ଅଢେ଼ଇ କିମି ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ କିସମର ୧୨୫୦ ବୃକ୍ଷ ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସରାମୂଳୀ ପଞ୍ଚାୟତର ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରି ବୃକ୍ଷ ଚାରା ରୋପଣ କରାଯାଉଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ସରାମୂଳିର ବେଲାଙ୍ଗିନି ସ୍ଵୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇଥିଲେ ।
ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ଭାରପ୍ରାପ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, କାଟିଙ୍ଗିଆ ବନପାଳ ସରୋଜ କୁମାର ମଙ୍ଗରାଜ, ଗଦାପୁର ବନରକ୍ଷୀ ଲକ୍ଷ୍ମଣ ବିଶି ମାଝୀ ସମେତ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ ।