ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ….

ଭବାନୀପାଟଣା/ଗୋଲାମୁଣ୍ଡ(ତୁଳମଣି ନାଗ/ ଅଶ୍ୱିନୀ ମଲିକ): ଗୋଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀଧର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୬୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ୩୪ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୧୦ଟି ଅଭିଯୋଗର ସମାଧାନ ତୁରନ୍ତ କରଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣ ଏବଂ ରେଡକ୍ରସ ପାଣ୍ଠିରୁ ୧ ଜଣଙ୍କୁ ସହାୟତା ପ୍ରଦାନ ମଞ୍ଜୁର କରାଯାଇଥିଲା ।