ମାଲକାନଗିରି ସଦରର ବିଭିନ୍ନ ସମସ୍ୟାକୁ ନେଇ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସାମାଜିକ କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା….

ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ଅନେକ ଦିନ ହେଲାଣି ମାଲକାନଗିରି ସଦର ମହକୁମାର ମୁଖ୍ଯ ରାସ୍ତା ଗୁଡ଼ିକ ଉପରେ ଗାଈ ଗୋରୁଙ୍କ ଡ଼େରା, ଡ୍ରେନ ଉପରେ ଅବୈଧ ଉଠା ଦୋକାନ ଏବଂ ସ୍ଥାନୀୟ ବସ ଷ୍ଟାଣ୍ଡ ଭିତରକୁ ଯିବା ରାସ୍ତା ମରାମତି ସମସ୍ୟାକୁ ନେଇ ଆଜି ମିରର ଅଫ୍ ମାଲକାନଗିରିର ସମାଜ ସେବୀ ମାନଙ୍କର ଏକ ସଦସ୍ୟବୃନ୍ଦ ମାଲକାନଗିରି ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦର ବିଭିନ୍ନ ଦାୟିତ୍ବରେ ଥିବା ଜଗନ୍ନାଥ ଖେମୁଡୁ ଓ ଲିଙ୍ଗରାଜ ପାଳଙ୍କୁ ତୁରନ୍ତ ଡାକି ଏହି ସମସ୍ୟାର ସମଧାନ କରିବା ପାଇଁ ନିର୍ଦ୍ଦେଶ ଦେଇ ଯଥାଶୀଘ୍ର ରାସ୍ତାରେ ବୁଲୁଥିବା ଗାଈମାନଙ୍କୁ ଧରୀ କାଞ୍ଜିଆ ଗୃହରେ ରଖିବାକୁ କହିବା ସହ ଡ୍ରେନ ଓ ରାସ୍ତା ଉପରେ ବସୁଥିବା ଦୋକାନ ଗୁଡିକ ଉଠାଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲେ ଏବଂ ବସ୍ ଷ୍ଟାଣ୍ଡ ଭିତରକୁ ଯିବା ପାଇଁ ଯେଉଁ ରାସ୍ତା ମରାମତି କାମ ଚାଲିଛି ତାହାର ଉଚିତ୍ ସମୀକ୍ଷା କରାଯିବ ଓ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଇଥିଲେ l ଏହି ଆଲୋଚନା ଚକ୍ରରେ ସାମାଜ କର୍ମୀ ଦଳ ତରଫରୁ ଜି. ଶ୍ରୀନିବାସ ରାଓ (ଚିଟି ଭାଇ ) ଛବି ଭାଇ, ରାମ କୃଷ୍ଣ ଚୌଧୁରୀ, ଭୀମ ବାର୍ଶେ, ରହିମ ଖାନ, କେଶୁ ଭାଇ, ଦିବାକର ପାଳ ଏବଂ କେ. ଦେଶିରାଜୁ ଅଚାରୀ(ରାଜା ଭାଇ ) ଆଦି ସାମିଲ ହୋଇଥିଲେ ଓ ଆଗାମୀ ଦିନରେ ଜିଲ୍ଲାର ଅନେକ ସମସ୍ୟା ଉପରେ ଆଲୋକପାତ କରାଯିବ ବୋଲି ସୂଚନା ଦେଇଥିଲେ ।