କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ଜନ ଶୁଣାଣି ଓ ସମଧାନ ଶିବିର…

ଗୋଳାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସଭାଗୃହ ଠାରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଳାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତର ଜନ ସାଧାରଣ ଆସି ବିଭିନ୍ନ ବିଭାଗର ନିଜ ନିଜର ସମସ୍ୟା ଲିଖିତ ଭାବରେ ଜଣେଇଥିଲେ ଓ ତୁରନ୍ତ ତାର ସମାଧାନ ପାଇଁ ନିର୍ଦ୍ଦେଶ ହେଇଥିଲା । ବ୍ଲକର ୪୮ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଆବାସ ଘର, ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗମାନଙ୍କ ଭତ୍ତା, ତହସିଲ ସମ୍ପର୍କୀୟ ଜମି ବାଡି ମାମଳା, ଜଙ୍ଗଳ ଜମି ବିଷୟରେ ଲିଖିତ ଭାବରେ ଅଭିଯୋଗ ଆସିଥିବାର ଜଣା ପଡିଛି । ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଳାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡା, ଗୋଳାମୁଣ୍ଡା ତହସିଲଦାର ଚନ୍ଦନ ନାୟକ ଓ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜନ ଶୁଣାଣୀ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ଥିଲା l