ଜରାଶ୍ରମ ଅନ୍ତେବାସୀଙ୍କ ସହ ନିଆରା ଢଙ୍ଗରେ ଜନ୍ମଦିନ ପାଳନ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତିରିଆ): ସୁନ୍ଦରଗଡ ପୌରାଞ୍ଚଳ ଅନ୍ତର୍ଗତ ଶଙ୍କରା ନିବାସୀ ଶିକ୍ଷକ ତଥା ରେଡ କ୍ରସର ଆଜୀବନ ସଦସ୍ୟ ଶ୍ରୀ ସଂଜିବ ପଟେଲ ଓ ଶ୍ରୀମତି ଡଲିମା ନାଏକ ନିଜର ଏକମାତ୍ର ପୁତ୍ର ଶ୍ରୀ ଅରମାନ ପଟେଲଙ୍କ ୧୮ ତମ ଜନ୍ମ ଦିବସକୁ ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ରାବନଡିହି ସ୍ଥିତ ଜରାଶ୍ରମରେ ନିଆରା ଢଙ୍ଗରେ ପାଳନ କରିଛନ୍ତି । ରାକ୍ଷି ପୁର୍ଣମି ତିଥିରେ ଅରମାନଙ୍କ ଜନ୍ମ ହୋଇଥିବାରୁ ତାଙ୍କ ପିତାମାତା ପ୍ରତି ବର୍ଷ ଅରମାନଙ୍କ ଜନ୍ମ ଦନରେ ଅସହାୟ ଲୋକଙ୍କୁ ଦାନ ପୁଣ୍ୟ କରିଥାନ୍ତି । ଚଳିତ ବର୍ଷ ପୁର୍ବବତ୍ତ ପରାମ୍ପରାକୁ ବଜାୟ ରଖି ଅରମାନଙ୍କ ଏହି ୧୮ ତମ ଜନ୍ମ ଦିନରେ ଭାରତୀୟ ରେଡକ୍ରସ, ସୁନ୍ଦରଗଡ ଶାଖା ଦ୍ୱାରା ପରିଚାଳିତ ରାବନଡିହି ସ୍ଥିତ ଜରାଶ୍ରମରେ ଅନ୍ତେବାସୀଙ୍କ ପାଇଁ ରାକ୍ଷି ପୁର୍ଣମୀ ଓ ଶେଷ ଶ୍ରାବଣ ସୋମବାର ଉପଲକ୍ଷେ ଅନ୍ନ ଭୋଗର ଆୟୋଜନ କରିଥିଲେ । ନବ ଯବକ ଅରମାନ ପଟେଲ ନିଜେ ବାଢି ଅନ୍ତେବାସୀଙ୍କୁ ଅନ୍ନଭୋଗ ବାଣ୍ଟିଥିଲେ । କୌଣସି ନା କୌଣସି କାରଣ ବସତ ନିଜ ପରିବାରରୁ ଦୂରରେ ରହିବା ପାଇଁ ବାଧ୍ୟ ହୋଇଥିବା ଜରାଶ୍ରମ ର ୫୦ ଜଣ ଅନ୍ତେବାସୀଙ୍କ ପାଇଁ ଏହା ଏକ ଖୁସିର ଦିନ ସଦୃସ ପାଳିତ ହୋଇଥିଲା । ଜରାଶ୍ରମର ଅନ୍ତେବାସୀ ଗଣ ଅରମାନ ପଟେଲଙ୍କ ପରିବାର ବର୍ଗ, ବନ୍ଧୁବାନ୍ଧବ, ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ବେଶ କିଛି ସମୟ ବିତାଇ ନିଜର ବାର୍ଦ୍ଧକ୍ୟ ଅବସାଦକୁ ଦିନଟିଏ ପାଇଁ ଭିଲିଯିବାକୁ ସକ୍ଷମ ହୋଇଥଲେ ବୋଲି କିଛି ଅନ୍ତେବାସୀ ନିଜ ଭାବଭିହଳ ପ୍ରତିକ୍ରୀଆ ରଖିଥିଲେ । ଏହି ନିଆରା ଜନ୍ମ ଦିନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜରାଶ୍ରମର କେୟାର ଟେକର ଯୁଧିଷ୍ଠିର ପ୍ରଧାନ, ଜିଲ୍ଲା ରେଡକ୍ରସ ସଂଘର ଆଜୀବନ ସଦସ୍ୟ ତଥା କାର୍ଯ୍ୟନିର୍ବାହୀ ସଦସ୍ୟ ସାମ୍ବାଦିକ ଦେବେନ୍ଦ୍ର କୁମାର ଭିତ୍ରିଆ, ସୁନ୍ଦରଗଡ ପୌରପାଳିକା ୱାର୍ଡ ନମ୍ବର ୧୨ର କାଉନସିଲର କୈଳାସ ତନ୍ତୀ ଓ ରେଡ କ୍ରସର ଆଜୀବନ ସଦସ୍ୟ ପ୍ରତୀକ ମାଝି ଉପସ୍ଥିତ ରହି ଅରମାନ ଓ ତାଙ୍କ ପରିବାର ବର୍ଗଙ୍କ ଏହି ପଦକ୍ଷେପକୁ ପ୍ରସଂସା କରିଥିଲେ ।