ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ଠାରେ ବିଜେଡି ମିଶ୍ରଣ ସଭା ଆୟୋଜନ ହୋଇଥିଲା I
ଏହି ସଭାରେ ମୁଖ୍ୟ ଅଥିତି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହର, କନ୍ଧମାଳ ଜିଲ୍ଲା ବିଜେଡିର ମହିଳା ସଭାନେତ୍ରୀ ପୁନମ କହଁର , ପୂର୍ବତନ ବିଧାୟକ ରାଜୀବ ପାତ୍ର, କୋଟଗଡ ସାଂସଦ ପ୍ରତିନିଧି ମନୋଜ ସାବତ, ବିଧାୟକ ପ୍ରତିନିଧି ସୁରଦା ପ୍ରଧାନ, ବ୍ଲକ ଅଧକ୍ଷା ସବିତା ମଲିକ, ବିଜେଡି ସଭାପତି ଷ୍ଟିପାନ ପ୍ରଧାନ, କହର ବଡ ନାୟକ, ଭଞ୍ଜ କିଶ୍ବର ଜେନା, ଗୋକୁଳ ପାତ୍ର ଯୋଗ ଦେଇ ଥିଲେ I ଏହି ମିିଶ୍ରଣ ସଭାରେ କଂଗ୍ରେସ ଓ ବିଜେପିର ଠାଣୁଆ ନେତା ନିଜ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇ ଥିବା ଦେଖିବାକୁ ମିଳିଛି l
ଶ୍ରୀରାମପୁର ଅଞ୍ଚଳର ଟାଣୁଆ ନେତା ଜୟ ଦେବ ବଳିୟାରସିଂ, ପଞ୍ଚାନନ ବଳିୟାରସିଂ, ଈଶ୍ୱର ବୁଡ଼େକ, ମନଜ କର୍ଜିମାଝି, ବୃନ୍ଦାବତୀ ନାୟକ, ସୁରମା ବଳିୟାରସିଂ ସମେତ ୫୦ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଛନ୍ତି I ଏ ନେଇ କୋଟଗଡ଼ ବ୍ଲକ କଂଗ୍ରେସ ସଭାପତି ସରୋଜ ବେହେରା ମାଝିଙ୍କ ମତାମତ ଗ୍ରହଣ କରାଯାଇ ଥିଲା I କଂଗ୍ରେସର କୌଣସି ଟାଣୁଆ ନେତା ବିଜୁଜନତା ଦଳରେ ସାମିଲ ହୋଇ ନାହାନ୍ତି I କୋଟଗଡ଼ ବ୍ଲୋକ କଂଗ୍ରେସ କର୍ମୀ ଓ ଭୋଟର କଂଗ୍ରେସ ନୀତି ଆଦର୍ଶରେ ଅଛନ୍ତି I ଶ୍ରୀରାମପୁର ଗ୍ରାମପଞ୍ଚାୟତର ଯେଉଁମାନେ ବିଜୁ ଜନତା ଦଳରେ ସାମିଲ ହୋଇ ଥିବା ଖବର ପ୍ରଚାରିତ ହୋଇଛି ସେମାନେ କଂଗ୍ରେସ ଦଳର ନୁହନ୍ତି I ବର୍ତ୍ତମାନ କୋଟଗଡ଼ ବ୍ଲକ କଂଗ୍ରେସର ଭୋଟର ଏବଂ କର୍ମୀଙ୍କୁ ପ୍ରଲୋଭନ ଦେଖାଇ ଅନ୍ୟ ଦଳରେ ସାମିଲ କରାଯାଉଛି ବୋଲି କୋଟଗଡ଼ ବ୍ଲକ କଂଗ୍ରେସ ସଭାପତି ସରୋଜ ବେହେରା ମାଝୀ ମତବ୍ୟକ୍ତ କରିଛନ୍ତି I
Prev Post