ଭଞ୍ଜନଗରରେ ବିଶ୍ୱ ଫୋଟଗ୍ରାଫି ଦିବସ ପାଳିତ……

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ମୃତି ଆଉ ଅନୁଭୂତିକୁ ସବୁ ସମୟରେ ସାଇତି ରଖିବା କାର୍ଯ୍ୟରେ ନିୟୋଜିତ ସେହି ଫୋଟଗ୍ରାଫର ମାନଙ୍କ ଉଦ୍ଦେଶ୍ୟରେ ଆଜି ଚାରିଆଡ଼େ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ମଧ୍ୟ ଘୁମୁସର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲାଲ ସିଂ ସରପଞ୍ଚ ଶିବରାମ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଫୋଟର ଆବଶ୍ୟକତା ଓ କ୍ୟାମେରାମ୍ୟାନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଜିପିଏ ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ପାଦକ ସାଗର ବେହେରା, ବରିଷ୍ଠ ସଦସ୍ୟ ଅନୀଲ କୁମାର ବିଷୋୟୀ ଫୋଟଗ୍ରାଫର ମାନଙ୍କ କାର୍ଯ୍ୟଶୈଳୀ ସହ ବର୍ତ୍ତମାନ ସମୟରେ କ୍ୟାମେରାମ୍ୟାନଙ୍କ ପାଇଁ କୌଣସି ସରକାରୀ ଯୋଜନା ନାହିଁ । ସ୍ମାର୍ଟ ଫୋନ ଆସିବା ପରେ ସେମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ସମସ୍ତ କାର୍ଯ୍ୟରେ ସ୍ମୃତି ଓ ପ୍ରମାଣ ସ୍ୱରୂପ ଫୋଟ  ଏବଂ ଭିଡିଓର ଆବଶ୍ୟକତା ଏବଂ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି କ୍ୟାମେରାମ୍ୟାନ ଫୋଟକୁ ଜୀବନ୍ତ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ବୋଲି ମତ ଦେଇଥିଲେ । ଏହାପରେ ଭଞ୍ଜନଗର ଆରଟିଓ ଅଫିସ ରାସ୍ତାର ଉଭୟ ପାର୍ଶ୍ଵରେ ଆମ୍ବ, ପଣସ ଆଦି ଚାରା ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମୀର ସ୍ୱାଇଁ, ନିରଞ୍ଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ସନ୍ତୋଷ ପଣ୍ଡା, ଆନନ୍ଦ ଓ ଅନ୍ୟମାନେ ସହଯୋଗ କରିଥିଲେ ।