ମାନଝରି କାଲେଶ୍ଵର ଶୈବପୀଠରେ ଶୈବ ଭକ୍ତଙ୍କ ଅନନ୍ୟ ବ୍ରତ: ନାଗବମ୍ ରେ ସାମିଲ ହେଲେ ମାନଝରି, କାନ୍ଦୁଲଡଙ୍ଗରି ଓ ଡଙ୍ଗରିଗୁଡା ଗ୍ରାମର ଶତାଧିକ ଶୈବ ଭକ୍ତ…
ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମର କାଲେଶ୍ୱର ମନ୍ଦିରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରାବଣ ମାସର ଶେଷ ସୋମବାର ଦିନ ନାଗବମ ବ୍ରତ ଦେଖିବାକୁ ମିଳିଛି । ଏଥିରେ ମାନଝରି, କାନ୍ଦୁଲଡଙ୍ଗରି ଓ ଡଙ୍ଗରିଗୁଡ଼ା ଗ୍ରାମର ଶତାଧିକ ଶୈବଭକ୍ତ ଏହି ନାଗବମ ବ୍ରତରେ ସାମିଲ ହୋଇ ଥିଲେ । ମାନଝରି ଭକ୍ତମାନେ ସ୍ଥାନୀୟ ବଡଯୋର ନାଳାରୁ, କାନ୍ଦୁଲଡଙ୍ଗରିର ଭକ୍ତମାନେ କାନ୍ଦୁଲଡ଼ଙ୍ଗରି ପତାଲେଶ୍ୱର୍ ନାଳରୁ ପାଣି ଆଣିଥିବା ବେଳେ ଡଙ୍ଗରିଗୁଡ଼ା ଭକ୍ତ ମାନେ ଉଦନ୍ତୀ ନଦୀରୁ ପ୍ରାୟ ୪ କିମି ବାଟ ଗୁରୁଣ୍ଡି ଗୁରୁଣ୍ଡି ଆସି ମାନଝରି ଜଳେଶ୍ଵର ପୀଠରେ ଜଳାଭିଷେକ କରିଥିଲେ । ଏହି ଅପୂର୍ବ କଠିନ ବ୍ରତ ନାଗବମରେ ମାନଝରିରୁ ଜୟଲଲ ବାରିକ, ଆଶ୍ଵିନ ଚଣ୍ଡୀ, ମକ୍ରନ୍ ମହାଳିକ, ପୂଜା ବାରିକ, ରେଖା ପଟେଲ, ରଜନୀ ଟୋଲଟିଆ ପ୍ରମୂଖ ସହଯୋଗ କରିଥିବାବେଳେ କାନ୍ଦୁଲଡଙ୍ଗରିରୁ ଜଗଜୀବନ ଅଘ୍ରୀଆ, ରମାକାନ୍ତ ପଟେଲ, ମନ୍ମଥ ତେଜି ଉଦିତ ପଟେଲ, ଅନାମ ମଲ୍ଲିକ ଓ ଡ଼ଙ୍ଗରିଗୁଡାରୁ ଦର୍ପଦଳନ ଅଘରିଆ, ଲକ୍ଷ୍ୟ ବାଗ, ବାହନ ଭୋଇ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ହୁଳହୁଳି,ଶଙ୍ଖ, ଘଣ୍ଟ ଶଦ୍ଧରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗୋଲାମୁଣ୍ଡା ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।