ଅନୁସନ୍ଧାନ ଭାରତ(ବ୍ୟୁର): କ୍ରମାଗତ ଭାବେ କେନ୍ଦ୍ରର ବି.ଜେ.ପି ନେତୃତ୍ୱାଧିନ ମୋଦି ସରକାର ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଓ ରାଜ୍ୟ ସରକାର ଭାଟ ବୃଦ୍ଧି କରିଥିବାରୁ ଖାଉଟି ବଜାରରେ ଦର ଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି I
ଦରଦାମ ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାର ବିରୋଧରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ଜୟପୁର ନଗର ଯୁବ କଂଗ୍ରେସ ସଭାପତି ଏ.ରମେଶ ରାଓ (ଚିନ୍ନୁ) ଓ କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ମଧୁସୂଦନ ରେଡ୍ଦୀ ଦ୍ୱାରା କୋରନା କଟକଣାକୁ ଦୃଷ୍ଟିରେ ରଖି ସାଇକେଲ୍, ଠେଲା ଗାଡି଼ ରାଲ୍ଲୀ ଏବଂ ରନ୍ଧନ ଗ୍ୟାସ ହାଣ୍ତି କାନ୍ଧରେ ଧରି ଜୟପୁର ସ୍ଥିତ ସମସ୍ତ ପେଟ୍ରୋଲ୍ ପମ୍ପ୍ ଆଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିରୋଧରେ ନାରା ବାଜୀ କରି ଶତାଧିକ ଛାତ୍ର ଓ ଯୁବ କଂଗ୍ରେସ କାର୍ଯ୍ୟକ୍ରତ୍ତା ଓ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରି ଥିଲେ I
Next Post