ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ରାଜ୍ୟରେ ବେରୋଜଗାର ଯୁବକ ଓ ଯୁବତୀ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ହେଉଛି । ଯେତେବେଳ ଜିଲ୍ଲା ଭିତ୍ତିକ ନିଯୁକ୍ତିର ବ୍ୟବସ୍ଥା ଥିଲା, ସେତେବେଳେ ଜିଲ୍ଲାରେ ସରକାରୀ ଚାକିରୀ ପଦବୀ ବାହାରିଲେ ଜିଲ୍ଲାର ଯୁବକ କିମ୍ବା ଯୁବତୀ ବା ମହିଳାମାନେ ଜିଲ୍ଲା ଭିତରେ ଚାକିରୀ କରୀ ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ହଟାଇ ଦିଆଯାଇଥିବା ଯୋଗୁଁ ଜିଲ୍ଲାରେ ସରକାରୀ ନିଯୁକ୍ତି ବାହାରିଲେ ଜିଲ୍ଲାର ଲୋକେ ପାଇ ପାରୁନାହାନ୍ତି । ରାଜ୍ୟ ଭିତ୍ତିକ ହୋଇଥିବାରୁ ଅନ୍ୟାନ୍ୟ ଜିଲ୍ଲାର ଯୁବକ, ଯୁବତୀମାନେ ନିଜ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲାରେ ସରକାରୀ ନିଯୁକ୍ତି ପାଉଛନ୍ତି ଏବଂ ପରିବାରର ସୁଖ ଦୁଃଖରେ ମଧ୍ୟ ସାମିଲ ହୋଇ ପାରୁନାହାନ୍ତି । ନିଜ ପରିବାର ପ୍ରତିପୋଷଣ ପାଇଁ ଲୋକେ ବାହାର ଜିଲ୍ଲାରେ ରହି ସରକାରୀ, ବେସରକାରୀ ଚାକିରୀ କିମ୍ବା ଅନ୍ୟାନ୍ୟ କାମ କରି ଆସୁଛନ୍ତି । ଏସବୁ ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲାର ସମାଜସେବୀ ତୁଳମଣି ନାଗ ରାଜ୍ୟ ସରକାଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସେଗୁଡ଼ିକ ହେଲା
୧- ଜିଲ୍ଲା ଭିତ୍ତିକ ନିଯୁକ୍ତି ପୁନର୍ବାର l
୨- ଘରୋଇ ଶିକ୍ଷା ଅନୁଷ୍ଠାନକୁ ହଟାଇ ସମସ୍ତଙ୍କ ପାଇଁ ସରକାରୀ ଶିକ୍ଷା ଯୋଗାଇ ଦେବା ପାଇଁ ଦାବୀ ପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଦାବିପତ୍ର ପାଇଲାପରେ (ବି.ଜେ.ପି) ଓଡ଼ିଶା ସରକାର କେବେ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବେ ତାହା ବେରୋଜଗର ଯୁବକ, ଯୁବତୀ ଅପେକ୍ଷାରେ ରହିଛନ୍ତି ବୋଲି ସମାଜସେବୀ କହିଛନ୍ତି l