ସ୍ୱାଧୀନତା ଦିବସରେ ୧୬ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ…

ଦାରିଙ୍ଗବାଡି(ଆଶୋକ ସିଂ): ସ୍ୱାଧୀନତା ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ ପକ୍ଷରୁ ୧୬ ଜଣ ହିତାଧୀକାରୀମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଦାରିଙ୍ଗବାଡି ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ତହସିଲ କାର୍ଯ୍ୟାଳୟ ପରିସରରେ ଜମିପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଡିଲୁରି ସାହିର ୧୬ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଇଛି । ହିତାଧୀକାରୀ ମାନଙ୍କ ନାମରେ ଜମିପଟ୍ଟା ଥିଲେ ସୁଦ୍ଧା ତାହା ଭୁ ଲେଖ ପୋର୍ଟାଲରେ ଅନ୍ତର୍ଭୁକ୍ତ ହୋଇ ପାରି ନ ଥିଲା l ସେସବୁକୁ ଚିହ୍ନଟ କରି ତାକୁ ଅନଲାଇନ୍ ଜରୀଆରେ ପଞ୍ଜୀକରଣ କରଣ କରାଯାଇ ନୂତନ ପଟ୍ଟା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ ।