ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢ଼ଉ

ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି ପାରାଦୀପରେ ଚାଲିଥିଲା। ଖାଦ୍ୟ ନିରାପତ୍ତା ଅଧିକାରୀ  ଭିତରଗଡ଼ ବସ୍ତିରେ ଚାଲିଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛନ୍ତି। ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା। ପ୍ରସ୍ତୁତ ହେଉଥିଲା ନିମ୍ନମାନର ଆଇସ୍କ୍ରିମ। ଅମଲଭିଟା ନାଁରେ ଆଇସ୍କ୍ରିମ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ।

csp

ଆଇସ୍କ୍ରିମ ତିଆରି ପାଇଁ ଉଦ୍ଦିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଓ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା। ଚଢ଼ାଉ ବେଳେ ଏସବୁ ଦେଖିବାକୁ ପାଇଥିଲେ ଖାଦ୍ୟ ନିରାପତ୍ତା ଅଧିକାରୀ। ଭିତରଗଡ଼ ପରେ ପାରାଦୀପ ବେଳାଭୂମିରେ ପଡ଼ିଥିବା ବାଣିଜ୍ୟ ମେଳାରେ ଖାଦ୍ୟ ଷ୍ଟଲ ଗୁଡ଼ିକରେ ଅଧିକାରୀମାନେ ଯାଞ୍ଚ କରିଥିଲେ। ନିମ୍ନମାନର ଫୁଡ କଲର୍ ବ୍ୟବହାର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଦେଖି ଦୋକାନୀମାନଙ୍କୁ ତାଗିଦ କରିଥିଲେ ଫୁଡ ଇନ୍ସପେକ୍ଟର।