ନୟାଗଡ଼(ରତ୍ନାକର ହୋତା): ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବାଣିଗୋଛା ଥାନାରେ ନୂତନ ଥାନାଧ୍ୱକାରୀ ଭାବେ ଅନିତା ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ସେ ନୟାଗଡ଼ ସଦର ଥାନା ଅଧିକାରୀ ରୁପେ କାର୍ଯ୍ୟ କରୁଥିଲେ । ସୁଚନା ଯୋଗ୍ୟ ଯେ, ବାଣିଗୋଛା ଭଳି ଏକ ଆଦିବାସୀ ଅଧ୍ୟୁଷିତ, ବଣପାହାଡ ଘେରା ତଥା ବଉଦ, କନ୍ଧମାଳ ଓ ଗଂଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଥାନାଟି ବହୁ ଗୁରୁତ୍ୱ ବହନ କରେ । ଭୈଗଳିକ ଦୃଷ୍ଟିକୋଣରୁ ଏହି ଥାନା ଅଂଚଳଟି ମଧ୍ୟ ଅତ୍ୟନ୍ତ ସଂବେଦନଶୀଳ । ତେବେ ଥାନା ଅଂଚଳରେ ଶାନ୍ତି, ମୈତ୍ରୀ ବଜାୟ ରଖିବା ସହିତ ଅପରାଧିକ କାର୍ଯ୍ୟକଳାପକୁ ମୁଳପୋଛ କରିବାପାଇଁ ନୂତନ ଥାନାଧିକାରୀ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଅନିତା ସାହୁ ବାଣିଗୋଛା ଥାନାର ପ୍ରଥମ ମହିଳା ଥାନାଧିକାରୀ ହେବାର ସୈlଭାଗ୍ୟ ଅର୍ଜନ କରିଛନ୍ତି । ଜଣେ ଦକ୍ଷ ମହିଳା ଥାନାଧିକାରୀଙ୍କୁ ପାଇ ଅଂଚଳବାସୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ଏଥିପୂର୍ବରୁ ବାଣିଗୋଛା ଥାନାରେ କାର୍ଯ୍ୟ କରୁଥିବା ଲକ୍ଷ୍ମଣ ଦଣ୍ଡସେନାଙ୍କର ଗଣିଆ ଥାନାକୁ ବଦଳି ହୋଇଛି ।