ପୁଣି ଅଧ୍ୟକ୍ଷ ପଦ ଅକ୍ତିଆର କଲେ ଗୋଲାମୁଣ୍ଡା ବ୍ଲକର ଯୁବ ନେତା ବିନ୍ଦୁ ମହାନନ୍ଦ…

ଗୋଲାମୁଣ୍ଡ(ଅଶ୍ୱିନ ମଲ୍ଲିକ): ପୁଣି ନିଜ ଅଧ୍ୟକ୍ଷ ପଦ ଫେରି ପାଇଲେ କଳାହାଣ୍ଡି ଜିଲ୍ଲାର ଯୁବ ଓ ଚର୍ଚ୍ଚିତ ଚେହେରା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ଗତ ଅକ୍ଟୋବର ମାସରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହେବା ପରେ ନିଜ ଅଧ୍ୟକ୍ଷ ପଦ ମଧ୍ୟ ହରାଇଥିଲେ l କିନ୍ତୁ କୋର୍ଟ ମାମଲାର ବିଚାର କରି ରାୟ ପ୍ରକାଶ କରିଥିବାରୁ ଦୀର୍ଘ ୧୧ ମାସ ପରେ ତାଙ୍କୁ ରାଜ୍ୟ ସରକାର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିଛନ୍ତି l ଏହାକୁ ନେଇ ଅଞ୍ଚଳ ବାସୀ ଓ ଅଧ୍ୟକ୍ଷଙ୍କ ସମର୍ଥକଙ୍କ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି l ସୂଚନା ଯୋଗ୍ୟ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେବା ପରେ ଯୁବନେତା ବିନ୍ଦୁ ମହାନନ୍ଦ ନିଜ ବାସ ଭବନରେ ଏବଂ ଗାଁଗାଁ ବୁଲି ସମସ୍ତ ବିଭାଗୀୟ ଅଫିସର ମାନଙ୍କୁ ସାଙ୍ଗରେ ନେଇ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ କରି ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ l ଯାହା ପାଇଁ ଜିଲ୍ଲାରେ ଏକ ଚର୍ଚିତ ଚେହେରା ଭାବେ ବେଶ ପରିଚିତ ଥିଲେ l ଆଜି ବିଦ୍ଧି ବଦ୍ଧ ଭାବରେ ଗୋଲାମୁଣ୍ଡା ବିଡ଼ିଓ ସମେତ ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ସମର୍ଥକଙ୍କ ଉପସ୍ଥିରରେ ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟର ବିଜୟ ହୋଇଛି ବୋଲି କହିବା ସହ ପୂର୍ବ ଭଳି ଜନ ସେବା କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ l