ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୦୮/ ଜୁଲାଇ / ୨୦୨୧ ଗୁରବାର ଦିନ ପୂର୍ବାହ୍ନରେ ଏକ ସ୍ୱାସ୍ଥ୍ୟ ସଚେତନତା ରଥ ଡାକ୍ତର ଅଭିଷେକ ନାୟକଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି l
ଏହି ରଥ ଦ୍ୱାରା ତୁମୁଡିବନ୍ଧ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ବିଶ୍ଵ ଜନ ସଂଖ୍ୟା ୨୦୨୧ ଏବଂ ନୂତନ କରି ବାହାରିଥିବା ନିମୁନିଆ ଜନିତ ଟୀକା କରଣ ସମ୍ବନ୍ଧରେ ପ୍ରଚାର କରିବା ସହ ଆଗାମୀ ଜୁଲାଇ ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ବନ୍ଧ୍ୟକରଣ ନିମନ୍ତେ ଲୋକଙ୍କୁ ସଚେତନ କରିବେ I ରଥର ଶୁଭାରମ୍ଭ ଉତ୍ସବରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଶ୍ୟାମ ସୁନ୍ଦର ନାୟକ ଓ ଅନେକ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କ ସହଯୋଗରେ ସଫଳ କରିବା ନିମନ୍ତେ ଡାକ୍ତର ଅଭିଷେକ ନାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ I ତେବେ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା କାଳରେ ନିଜ ଜୀବନକୁ ବାଜି ଲଗେଇ ଲୋକଙ୍କୁ ପାଖକୁ ପହଞ୍ଚିବା ବାସ୍ତବରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସବୁ ମହଲରେ ଆଲୋଚନାର ବିଷୟ ପାଲଟିଛି I