ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନ କାର୍ଯ୍ୟାଳୟ: କର୍ମଚାରୀ ନ ଥିବାରୁ ମୁଖ୍ୟ ଫାଟକରେ ଝୁଲୁଛି ତାଲା, ସ୍ଥାୟୀ କର୍ମଚାରୀ ନିଯୁକ୍ତି ଦାବୀ କଲେ ଚାଷୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କ୍ଷୁଦ୍ର ଜଳ ସେଚନ ଉପବିଭାଜନ କାର୍ଯ୍ୟଳୟ l ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲିବା ସହ କାର୍ଯ୍ୟାଳୟ ପରିସର ଜଙ୍ଗଲରେ ପରିପୂର୍ଣ୍ଣ ହେବା ସହ ମୁଖ୍ୟ ଫାଟକରେ ତାଲା ଝୁଲୁ ଥିବା ଦେଖା ଦେଇଛି l ନା ଅଛନ୍ତି କର୍ମଚାରୀ ନା ଚାଷୀ ପାଉଛନ୍ତି ଚାଷ ଜମିକୁ ପାଣି l ଅନ୍ୟ ପକ୍ଷରେ ସିର୍କୀ, ମଧୁଝରି ଓ ରଟିଙ୍ଗିଆ ଡ୍ୟାମ ସହ ଅନ୍ୟ ଡ୍ୟାମରୁ ଚାଷ ଜମିକୁ ଜଳ ସେଚନ ଠିକ ଭାବରେ ହେଉନ ଥିବାରୁ ମାନସିକ ଚାପରେ ଚାଷୀ l ଏହି ଅଞ୍ଚଳର ଚାଷୀଙ୍କୁ ବର୍ଷା ପାଣି ହିଁ ସାହା ଭରୋସା ହୋଇ ଥିବା ଦେଖା ଦେଇଛି l ଏହି କାର୍ଯ୍ୟଳୟରେ ସବ-ଡିବିଜୋନାଲ ଅଫିସର(ଏମଆଇ), ତିନିଜଣ ଯନ୍ତ୍ରୀ, ଜଣେ କିରାଣୀ, ଜଣେ ଚାରିଚକିଆ ଯାନ ଚାଳକ ଓ ଜଣେ ସେକ୍ସନ ଅଫିସର ନିଯୁକ୍ତି ହେବାର ସରକାରୀ ଆଇନ ରହିଛି l କିନ୍ତୁ ଅତି ପରିତାପର ବିଷୟ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟରେ ଜଣେ ମଧ୍ୟ ସରକାରୀ କର୍ମଚାରୀ ନାହାନ୍ତି l ସରକାରୀ କର୍ମଚାରୀ ନ ଥିବାରୁ ଠପ ହୋଇଛି ବିକାଶର କାମ l ତେଣୁ ଚିନ୍ତାରେ ସ୍ଥାନୀୟ ଚାଷୀ l ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନ ଅଧୀନରେ ଘୁ.ଉଦୟଗିରି ସେକ୍ସନ, ଟିକାବାଲି ସେକ୍ସନ, ରାଇକିଆ ସେକ୍ସନ ରହିଛି l ଏହି ସେକ୍ସନ କାର୍ଯ୍ୟାଳୟର ତଦାରଖ ଆସିଷ୍ଟାଣ୍ଡ ଇଂଜିନିୟର କରିଥାନ୍ତି l ବର୍ତ୍ତମାନ ଏହି ତିନିଟି ସେକ୍ସନ ତଦାରଖ କରିବା ପାଇଁ କେବଳ ଜଣେ ଏଇ ଟିକାବାଲି ସେକ୍ସନ ଅଫିସରେ ଅଛନ୍ତି l ଯାହା ପାଇଁ ଜଳସେଚନ ଠିକ ଭାବରେ ହେଉନ ଥିବାରୁ ଚାଷୀ ଚିନ୍ତାରେ ଥିବା କହିଛନ୍ତି l ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଥା ସମ୍ଭବ ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନରେ ଖାଲି ପଡ଼ି ଥିବା ସରକାରୀ କର୍ମଚାରୀ ପଦବୀ ପୂରଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସୀନ୍ଧା ଓ ଚାଷୀ l ମିଳିଥିବା ସୂଚନା ମୁତାବକ ସମଗ୍ର ଜିଲ୍ଲାରେ ଏକା ଦଶା l ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ନାହାନ୍ତି l ଯାହା ପାଇଁ କନ୍ଧମାଳ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ବୌଦ୍ଧ ଜିଲ୍ଲା ଏସଇଙ୍କ ଦ୍ୱାରା ପରିଚାଳିତ l ସରକାରୀ ଅବହେଳା ଯୋଗୁଁ ସମଗ୍ର ଜିଲ୍ଲାରେ ମଧ୍ୟ ଜଳସେଚନ କାର୍ଯ୍ୟରେ ବ୍ୟାଘାତ ଦେଖା ଦେଉ ଥିବା ଚାଷୀ କହିଛନ୍ତି l ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ଖାଲି ପଡ଼ି ଥିବା ପଦବୀ ପୂରଣ ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l ଘୁ.ଉଦୟଗିରିରେ ଥିବା ଜଳ ସେଚନ ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିବା ସୂଚନା ମିଳିଛି l