ପେଟ୍ରୋଲ-ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଘୁ.କଂଗ୍ରେସ ପକ୍ଷରୁ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ……
ଅନୁସନ୍ଧାନ ଭାରତ(ବ୍ୟୁର): ସାରା ରାଜ୍ୟ ଦୀର୍ଘ ୧୭ ମାସ ଧରି କରୋନା ମହାମାରୀ ସହିତ ଲଢୁଛି I ଏହି ୧୭ ମାସ ଭିତରେ ଜନସାଧାରଣ ନିଜର ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ହରାଇ ସାରିଛନ୍ତି I ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିଲା ବେଳେ ଆଜି ବହୁ ଲୋକ ଜୀବିକା ହରାଇ ସାରିଛନ୍ତି I ଲୋକଙ୍କର ରୋଜଗାର ବହୁ ପରିମାଣରେ କମିଯାଇଛି I ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଅତି ନିର୍ଦୟ ଭାବରେ ଲୋକମାନଙ୍କ ଠାରୁ ଅତ୍ୟଧିକ କେନ୍ଦ୍ରୀୟ ଶୁକ୍ଳ କର ଏବଂ ଭାଟ (ମୂଲ୍ୟଯୁକ୍ତ କର) ଆଦାୟ କରିବାରେ ଲାଗିଛନ୍ତି I

ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ ମତପ୍ରକାଶ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି I କଂଗ୍ରେସ ହେଉଛି ଗରିବ ଖଟିଖିଆଙ୍କ ଦଳ ତେଣୁ ଜନସାଧାରଣ କଂଗ୍ରେସ ସହ ଏହି ସଂଗ୍ରାମରେ ସାମିଲ ହେବା ନିତାନ୍ତ ଦରକାର ବୋଲି ନଗର କଂଗ୍ରେସ ସଭାପତି ଏନ ରାଜା ରାଓ କହିଛନ୍ତି I ଯଦି ସରକାର ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦିଅନ୍ତି ତାହା ହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଦୃଡ଼ ବିରୋଧ କରାଯିବ ବୋଲି କଂଗ୍ରେସ ନେତା ଜାକେଶ ପ୍ରଧାନ ଚେତାବନୀ ଦେଇଛନ୍ତି I ୨୦୧୪ ମସିହାରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ବେଳେ ପେଟ୍ରୋଲ ୭୨ ଟଙ୍କା ଓ ଡିଜେଲ ଆମ ରାଜ୍ୟରେ ୬୩ ଟଙ୍କାରେ ବିକ୍ରି ହେଉଥିଲା I ସେତେବେଳେ କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ଉପରେ ଟ ୯.୪୮ ପଇସା ଓ ଟ. ୩.୫୬ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରୁଥିଲେ I କିନ୍ତୁ ଏହି ୭ ବର୍ଷ ଭିତରେ ପେଟ୍ରୋଲ ଉପରେ ୩୦୦ ପ୍ରତିଶତ ଓ ଡିଜେଲ ଉପରେ ପାଖାପାଖ ୮୦୦ ପ୍ରତିଶତ କର ଆଦାୟ କରାଯାଉଛି I
ଏବେ ଏକ ଲିଟର ପେଟ୍ରୋଲ ଉପରେ ୩୨ ଟଙ୍କା ୫୦ ପଇସା ଓ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା କେନ୍ଦ୍ରୟୀ ଶୁକ୍ଳ କର ଆଦାୟ କରାଯାଉଥିଲା ବେଳେ ରାଜ୍ୟ ସରକାର ଟ. ୨୩.୪୦ ପଇସା ଟ. ୨୦.୮୦ ପଇସା ଭାଟ ବା ମୂଲ୍ୟଯୁକ୍ତ କର ଆଦାୟ କରୁଛନ୍ତି ବୋଲି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି I ଠିକ ସେହିଭଳି ୧୪.୨ କେଜି ରନ୍ଧନ ଗ୍ୟାସର ମୂଲ୍ୟ ୨୦୧୪ ମସିହାରେ କଂଗ୍ରେସ ସରକାର ସମୟରେ ୪୧୪ ଟଙ୍କା ଥିବା ବେଳେ ଏହି ୭ ବର୍ଷ ଭିତରେ ଏହା ମୂଲ୍ୟ ୮୬୧ ଟଙ୍କାକୁ ବୃଦ୍ଧି ଘଟିଛି I ଏହାକୁ ପ୍ରତିବାଦ କରି ଆଜି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇ ଥିଲା I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଏନ.ରାଜା ରାଓ, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, କଂଗ୍ରେସ ନେତା ଜାକେଶ ପ୍ରଧାନ, ମିଥୁନ ପ୍ରଧାନ, ଦିଲିପ ନାୟକ, ବିନୟ ଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ନାୟକ, ହିରେନ ନାୟକଙ୍କ ସମେତ ବହୁ କଂଗ୍ରେସ୍ କର୍ମୀ ଉପସ୍ଥିତ ଥିଲେ I