ଭଞ୍ଜନଗର(ନିଲୁ ବିଷୋୟୀ): ଆନ୍ତର୍ଜାତୀୟ ଯୋଗ ଦିବସ ଭଞ୍ଜନଗର ବେଲେଶ୍ବର ଶୈବ ପୀଠର ପାଳନ କରାଯାଇଛି । ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର ଉପସ୍ଥିତ ରହିଥିଲେ । ଶରୀର ପ୍ରତି ଯୋଗର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଉଚିତ ବୋଲି ଅତିଥି ଗଣ ବକ୍ତବ୍ୟ ରେ ରଖିଥିଲେ । ଏଥିରେ ବିଧାୟକଙ୍କ ସମେତ ବରିଷ୍ଠ ଭାଜପା ନେତା ସନ୍ତୋଷ ତିଆଡି, ବିଡ଼ିଓ ମନ୍ମଥ କୁମାର ନାୟକ, ତହସିଲଦାର ଉମାଶଙ୍କର ବେହେରା, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ସାମ୍ବାଦିକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗାଭ୍ୟାସ କରିଥିଲେ। ପ୍ରଶିକ୍ଷକ ଭାବେ ସୁବାଷଚନ୍ଦ୍ର ଗୌଡ, ସୁବ୍ରତ କୁମାର ପ୍ରଧାନ, ଆଲୋକ ସ୍ବାଇଁ, ଦୁର୍ଯ୍ୟୋଧନ ନାୟକ, ପ୍ରଦିପ କୁମାର ବେହେରା, ଶରତ ଚନ୍ଦ୍ର ବେହେରା, ଶଚିତ୍ର କୁମାର ନାୟକ, ଜୋତ୍ସାରାଣୀ ସାହୁ, ଯାଜ୍ଞସେନୀ ନାୟକ, ସପ୍ନେଶ୍ବରୀ ଦିଗାଲ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଯୋଗ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏସ୍ଡିପିଆରଓ ଗୌରୀ ଶଙ୍କର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ଏଡିଜେ କୋର୍ଟ ପରିସରରେ ମଧ୍ୟ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ ଏଡିଜେ ଦେବଦତ୍ତ ପଟ୍ଟନାୟକ, ବରିଷ୍ଠଦେୱ।ନୀ ଜଜ୍ ସୋମାଲିନା ମିଶ୍ର, ଏସଜେଏମ୍ ଅମିତ, ଜେଏମଏଫସି୍ ସନ୍ଧ୍ୟା ସୁଚରିତାଙ୍କ ସମେତ ସମସ୍ତ କର୍ମଚାରୀ ଓ ଆଇନଜୀବୀ ମାନେ ଯୋଗାଭ୍ୟାସ କରିଥିଲେ । ପ୍ରଶିକ୍ଷକ ବିବେକାନନ୍ଦ ସାହୁ ପ୍ରଶିକ୍ଷଣ ଦେଇଥିବା ବେଳେ ଆଦିତ୍ୟ ନାରାୟଣ ରଥ ସୁଚାରୂପେ ପରିଚାଳିତ କରିଥିଲେ ।