ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଗମ୍ଭିରରୁ ତିନି ଠାକୁରଙ୍କୁ ପୂଜକ ରିତି ନୀତି ପରମ୍ପରା ଅନୁଯାୟୀ ପୁଜାପାଠ ପରେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା I ସେଠାରେ ପୁନଶ୍ଚ ପାରମ୍ପରିକ ପୁଜା ପରେ ମୁଖ୍ୟ ପୂଜକ ବାବୁଲା ପଣ୍ଡାଙ୍କ ନେତୃତ୍ଵରେ ଅନ୍ୟ ବ୍ରାହ୍ମଣଙ୍କ ସହଯୋଗରେ ତିନି ଠାକୁରଙ୍କୁ ୨୧ ଗରାରେ ୩ ଠାକୁରଙ୍କୁ ସ୍ନାନ କରଯାଇଥିଲା I ସ୍ନାନ ପରେ ୩ ଠାକୁରଙ୍କୁ ଗଜାନନ ବେଶରେ ସଜିତ କରଯାଇଥିଲା I
ମନ୍ଦୀର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଦ୍ୱାରା ମନ୍ଦିର ଭିତରକୁ ଭକ୍ତ ମାନେ ନ ପ୍ରବେଶ କରିବାକୁ ଚାରିପଟେ ବେରିକଟର ବ୍ୟବସ୍ଥା କରି ପାଳନ କରାଯାଇଥିଲା I ଏହି ସ୍ନାନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ପୁର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଲଳିତ ପାତ୍ର, ଶ୍ରୀନିବାସ ପାତ୍ର, ମଧୁସୂଦନ ଦାସଙ୍କ ସମେତ ପୁଲିସ୍ ପ୍ରଶାସନର ଏସଡ଼ିପିଓ ମନୋଜ ପୂଜାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ବାବା ସରାଫଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୂଚାରୁ ସ୍ନାନ କାର୍ଯ୍ୟ ସମାପନ ହୋଇଥିଲା I