ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ଅନ୍ତର୍ଗତ ଚିନାସାରିରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ସମସ୍ତଙ୍କୁ ପ୍ରେରଣା ଦେବା ନିମନ୍ତେ ଚିନାସାରି ପଞ୍ଚାୟତରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡି, ଆଶା ଦିଦି, ମେଡ଼ିକାଲ କର୍ମଚାରୀ, ନେତାଜୀ ଉଚ୍ଚ ବିଦ୍ୟାଳୟ ମିଳିତ ଭାବେ ଗ୍ରାମ ସଫାକରି ଶପଥ ଗ୍ରହଣ କରିଥିଲେ । ସରପଞ୍ଚ ରାଜେଶ ଶବର, ଉଚ୍ଚ ବିଦ୍ୟାଳୟର କର୍ମଚାରୀମାନଙ୍କ ମିଳିତ ପ୍ରୟାସରେ ପଞ୍ଚାୟତରେ କାର୍ଯ୍ୟରତ ଥିବା ସମସ୍ତ ସରକାରୀ କର୍ମଚାରୀ ଓ ଗ୍ରାମ ବାସୀ ପଞ୍ଚାୟତକୁ ସଫାସୁତୁରା ରଖିବା ଏବଂ ନିଜେ ସଫା ସୁତୁରା ରହିବା ନିମନ୍ତେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଉମା ଦାଶଙ୍କ ଦ୍ୱାରା ଶପଥ ନେଇଥିଲେ । ସମସ୍ତ ଗ୍ରାମବାସୀ ଓ ସରକାରୀ କର୍ମଚାରୀ ତଥା ପଂଚାୟତ ପ୍ରତିନିଧି, ସ୍କୁଲ ବିଦ୍ୟାର୍ଥୀ ମାନେ ଝାଡୁ ଧରି ସଫା କରି ଗ୍ରାମକୁ ଆବର୍ଜନା ମୁକ୍ତ କରିବାର ପ୍ରୟାସ କରିଛନ୍ତି । ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଘନଶ୍ୟାମ ବେହେରା ଓ ବିଶ୍ଵନାଥ ପାଢୀଙ୍କ ନେତୃତ୍ୱରେ ସ୍କୁଲ ବିଦ୍ୟର୍ଥୀ ମାନେ ସ୍ୱଚ୍ଛତାର ଅନେକ ସ୍ଲୋଗାନ ତଥା ମାହାତ୍ମାଙ୍କ ଅନେକ ସ୍ଲୋଗାନ ଦେଇ ଗ୍ରାମାଞ୍ଚଳରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ମଧୁସୂଦନ ପଟନାୟକ, ସୁନୀତ ଶବର, ପ୍ରକାଶ ରାଉତ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ପରିଚାଳନା କରିଥିଲେ ।