ହିଞ୍ଜିଳି ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ। ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଏସଆଇ ଟୁକୁନି ସ୍ୱାଇଁ , ସମିତିସଭ୍ୟ ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ । ଆମ ପୁଲିସ ସମିତି ବୈଠକରେ ବାଲ୍ୟ ବିବାହ ରୋକିବା ଓ ଗୁଣି ସନ୍ଦେହ, ସାମାଜିକ ବାସନ୍ଦ ସଂପର୍କ ରେ ଜନସାଧାରଣଙ୍କ ପୁଲିସ ପ୍ରତିଥିବା ଭୟ ଦୂର କରିବା, ସାଇବର ଠକ ଉପରେଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଗାନ୍ଧୀ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏପିଲି ଋଷିଆ, ପୋଲିସ ହାବିଲଦାର୍ ପ୍ରମୋଦ ଗନ୍ତାୟତ, ଜିତେନ୍ଦ୍ର ଗୌଡ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।