ଅସହାୟ ଗରିବଙ୍କୁ ନିଜ ଖର୍ଚ୍ଚରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ କୋଟଗଡର ସିଆରପିଏଫ ଯବାନ….

ଅନୁସନ୍ଧାନ ଭାରତ(ବ୍ୟୁର): କୋଟଗଡ ଜି-୮ ବାଟାଲିୟନ ସିଆରପିଏଫ ତରଫରୁ ୧୦୦ଜଣ ଅସହାୟ ଲୋକଙ୍କୁ ଶୁଖିଲା ରାସନ ସାମଗ୍ରୀ ଚାଉଳ, ଆଳୁ, ପିଆଜ, ସରିଷ ତେଲ ଇତ୍ୟାଦି ବଣ୍ଟନ କରା ଯାଇଛି I ଯବାନଙ୍କ କହିବାନୁଯାଇ କୋବିଡ ସମୟରେ ବହୁ ଲୋକ ରୋଜଗାର ହରାଇ ବହୁ କଷ୍ଟରେ ଚଳୁଛନ୍ତି I ତେଣୁ ଯବାନମାନେ ନିଜ ନିଜର ପାଣ୍ଠିରୁ କିଛି ସଂଗ୍ରହ କରି କୋଟଗଡ଼ ଅଂଚଳର ୧୦୦ଜଣଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିବାକୁ ନିଷ୍ପତି ନେଇଥିଲେ I ଏଥିରେ ମୁଖ୍ୟ ଅଥିତି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବିନାଶ କୁମାର, ଇନିସ୍ପେଟର କାଶ୍ମୀର ଲାଲ, ଏସଆଇ ସତୀଶ କୁମାର, ସିଟି ନିରଞ୍ଜନ ସାମଲ ଏବଂ ସମସ୍ତ ସିଆରପିଏଫ ଉପସ୍ଥିତ ରହି ଖଟିଖିଆ, ଦିନ ମଜୁରୀଆ ଓ ବିଧବା ମା ଭଉଣୀଙ୍କୁ ବଣ୍ଟନ କରିଥିଲେ I କୋଟଗଡ ଗ୍ରାମ ପଂଚାୟତର ସଗଡ଼ିଆ ସାହି, ହାଟପଦା, ମଦାଙ୍ଗୀ ଅଞ୍ଚଳର ଲୋକଙ୍କୁ ବଣ୍ଟନ କରିଥିଲେ I