ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ନେଇ ବାର ଘଣ୍ଟିଆ ମାଓବାଦୀଙ୍କ ବନ୍ଦ ଡାକରା…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛି l ସେହିପରି ଉକ୍ତ ରାସ୍ତାର ଫିରିଙ୍ଗିଆ ଘାଟି ସାହୀ, କାଶିନିପଦର ପଞ୍ଚାୟତ ମାଝୀ ପଡ଼ା, ତରଘlବାଲି, ଶାଶିପଦର ସେହି ପରି ଅନୁରୁପ ଭାବରେ ପଲାବୃଡି ପଞ୍ଚାୟତର ବାଲିପଦର ଡମ୍ପ୍ଡିଆ ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବକୁ ମିଳିଛି l ଫଳରେ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା ପାଇଁ ଲୋକେ ଭୟଭୀତ ହୋଇ ପଡିଛନ୍ତି l
ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ୍ ଡିଭିଜନ ର ସଚିବ ବିଜୟ ଲେଖାଯାଇଛି l ଫିରିଙ୍ଗିଆ ଥାନlପୋଡ଼ି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୁଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି ସଙ୍ଗଠନ l ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଛି l ସରକାର ଗଞ୍ଜେଇ ଚାଷକୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି l
ଏହି ଦାବୀରେ ମାଓ ସଙ୍ଗଠନ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ତେବେ ଏହି ବନ୍ଦ ଡ଼ାକରାର କୌଣସି ପ୍ରଭାବ ପଡିନଥିବା ଦେଖିବକୁ ମିଳିଛି l ଅନ୍ୟପଟେ ଏହି ଘଟଣାପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଫିରିଙ୍ଗିଆ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ବାରଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଗାଡ଼ିର ଚଳାଚଳ ସ୍ବାଭାବିକ ଦେଖିବାକୁ ମିଳିଛି । ଫିରିଙ୍ଗିଆ-ଗୋଛାପଡା ରାସ୍ତାରେ ବିଭିନ୍ନ ସ୍ଥାନରେ ପଡ଼ିଛି ଶହ ଶହ ମାଓ ଲିଫଲେଟ୍ । ଗୁରୁବାର ସକାଳୁ ମାଓ ଲିଫଲେଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ମାଓ ସଂଗଠନ କେକେବିଏନ ଡିଭିଜନର ସଚିବ ବିଜୟଙ୍କ ତରଫରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ ଗତ ଦିନରେ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପୁଲିସ ଲୋକଙ୍କୁ ମାଡ଼ ମାରିଥିବା ଓ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ କରିବା ଘଟଣାକୁ ବିରୋଧ କରାଯାଉଛି । ଗିରଫମାନଙ୍କୁ ତୁରନ୍ତ ଛାଡ କରିବା ଦାବିରେ ୩୧ତାରିଖ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛି ମାଓ ସଙ୍ଗଠନ I